ନୂଆଦିଲ୍ଲୀ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ରିଜର୍ଭ ଡେ’ରେ ସେଟ୍ ହୋଇସାରିଥିବା ରିଷଭ ପନ୍ତ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଷ୍ଟେପ ଆଉଟ୍ କରି ବଡ଼ ଶଟ୍ ଖେଳିବାକୁ ଉଦ୍ୟମ କରିଥିଲେ। ବଲ ପନ୍ତଙ୍କ ବ୍ୟାଟର ଏଜ୍ ନେଇ ଉପରକୁ ଚାଲିଯାଇଥିଲା, ଯାହାକୁ ପଏଣ୍ଟ ଅଞ୍ଚଳରେ ଚମତ୍କାର କ୍ୟାଚ୍ ନେଇଥିଲେ ହେନରୀ ନିକୋଲାସ। ଏହା ମ୍ୟାଚ୍ର ସବୁଠୁ ବଡ଼ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ତାଙ୍କ ଉଇକେଟ ପଡ଼ିବା ପରେ ଦଳୀୟ ସ୍କୋରରେ ମାତ୍ର ୧୪ ରନ୍ ଯୋଡ଼ି ପାରିଥିଲେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନମାନେ। ଫଳରେ ୧୭୦ ରନ୍ରେ ସୀମିତ ହେବା ସହ ନ୍ୟୁଜିଲାଣ୍ଡ ଆଗରେ ୧୩୯ ରନ୍ର ସହଜ ଟାର୍ଗେଟ ଛିଡ଼ା କରିଥିଲା ଭାରତ।
ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା ପନ୍ତଙ୍କ ବ୍ୟାଟିଂ ଷ୍ଟାଇଲ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦଳ ତାଙ୍କ ଠାରୁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆବଶ୍ୟକ କରୁଥିଲା। ଏଭଳି ପରିସ୍ଥିତିରେ ପନ୍ତ ବଡ଼ ଶଟ୍ ଖେଳିବାକୁ ଉଦ୍ୟମ କରି ଆଉଟ୍ ହୋଇଥିଲେ। ବଡ଼ ବଡ଼ ଶଟ୍ ଖେଳି ପନ୍ତ ନିଜ ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ କ୍ରିଜ୍ରେ ଟିମ୍ ଇଣ୍ଡିଆକୁ ତାଙ୍କ ଉପସ୍ଥିତି ଦରକାର ଥିବାବେଳେ ଆଟାକିଂ ଷ୍ଟାଇଲ ବ୍ୟାଟିଂ ଆପଣେଇବା କେତେ ଦୂର ଠିକ୍ ? ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲରେ ପ୍ରଶ୍ନ କରିଛନ୍ତି।
ତାଙ୍କ ବ୍ୟାଟିଂ ଦକ୍ଷତା ଆମେ ଦେଖିଛୁ। ସିଡ୍ନୀରେ ବିପରିତ ପରିସ୍ଥିତିରେ ସେ ୯୭ ରନ୍ର ଇନିଂସ ଖେଳିଥିଲେ। ଗାବାଠାରେ ୮୯ ରନ୍ ଅପରାଜିତ ଇନିଂସ ଖେଳି ଭାରତକୁ ଦେଇଥିଲେ ଐତିହାସିକ ବିଜୟ। ତାଙ୍କ ଠାରୁ ଅନେକ ମ୍ୟାଚ୍ ବିଜୟୀ ଇନିଂସ ଦେଖିବାକୁ ମିଳିଛି। ମାତ୍ର ତାଙ୍କର ଏଭଳି ଶୋଚନୀୟ ବ୍ୟାଟିଂ ଆମେ କଦାପି ଦେଖି ନାହୁଁ ବୋଲି ଆକାଶ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.