ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ ଗୁରୁତର ରୋଗୀ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଛନ୍ତି। ତେବେ ସବୁ ରୋଗୀ ଏକ୍ମୋ ଦ୍ୱାରା ଭଲ ହେଉଛନ୍ତି କି ନାହିଁ ସେ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ପ୍ରଫେସର ଡା. ବାନାମ୍ବର ରାୟ। ସେ କହିଛନ୍ତି, ଫୁସ୍ଫୁସ୍ ବହୁତ ଖରାପ ହେଲେ ଭେଣ୍ଟିଲେଟର କାମ କରିପାରେ ନାହିଁ। କୋଭିଡ୍ ବେଳେ ଭେଣ୍ଟିଲେଟରକୁ ୧୦ଜଣ ଗଲେ, ପ୍ରାୟ ୨ ଜଣ ବଞ୍ଚନ୍ତି। କିନ୍ତୁ ଏକ୍ମୋ ସପୋର୍ଟରେ ହୁଏତ ୧୦ ଜଣରୁ ୪ଜଣ ବଞ୍ଚତ୍ ଯାଇପାରନ୍ତି। ଏକ୍ମୋ ଦ୍ୱାରା ଯେ ସମସ୍ତେ ବଞ୍ଚତ୍ବେ ସେମିତି ଭାବିବା ଠିକ୍ ନୁହେଁ। ଏକ୍ମୋରେ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିବା, ଇନ୍ଫେକସନ୍ର ଆଶଙ୍କା ଥାଏ ବୋଲି ସେ କହିଛନ୍ତି।
ଏକ୍ମୋ ଚିକିତ୍ସା ସମ୍ପର୍କରେ ପ୍ରଫେସର ରାୟ କହିଛନ୍ତି, ଶରୀର ଭିତରେ ଫୁସ୍ଫୁସ୍ ଯେଉଁ କାମ କରେ, ଶରୀର ବାହାରେ ଏକ୍ମୋ ତାହା କରେ। ଶରୀର ଭିତରେ ଥିବା ରକ୍ତ ପରିଷ୍କାର କରି ପୁଣି ଶରୀରକୁ ଛାଡ଼େ। ଯେପର୍ଯ୍ୟନ୍ତ ଫୁସଫୁସ୍ ଖରାପ ଥିବ, ସେପର୍ଯ୍ୟନ୍ତ ଏକ୍ମୋ ରକ୍ତ ପରିଷ୍କାର କାମ କରିବ। ସ୍ବାଇନ୍ ଫ୍ଲୁ, ନିମୋନିଆ, ଲଙ୍ଗସ ଫାଇବ୍ରୋସିସ୍ ହେଲେ ଏକ୍ମୋ ବ୍ୟବହାର ହୋଇଥାଏ। କାହାର ଫୁସ୍ଫୁସ୍ ଟ୍ରାନ୍ସପ୍ଲାଣ୍ଟ ହେଲେ, ଏକ୍ମୋ ବ୍ୟବହାର କରାଯାଇଥାଏ। ଏହା ଏକ ଚିକିତ୍ସା ପଦ୍ଧତି ନୁହେଁ, ଏହା କେବଳ ଏକ ସପୋର୍ଟ ବୋଲି ଡା. ରାୟ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଚଳିତ ମାସ ବହୁ ଗୁରୁତର ରୋଗୀ ଏକ୍ମୋ ଚିକିତ୍ସା ପାଇଁ ଏୟାର ଲିଫ୍ଟିଂ ହୋଇ ଚେନ୍ନାଇ, କୋଲକାତା ଯାଇଛନ୍ତି। ଏହି ଚିକିତ୍ସା ପାଇଁ ଦୈନିକ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ରୋଗୀ କେତେ ଦିନ ଏହି ମେଶିନ ସପୋର୍ଟର ଆବଶ୍ୟକ କରିବ ତାହା ରୋଗୀର ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ ବୋଲି ସେ ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.