ଅହମଦାବାଦ,୨୫।୬: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଶୁକ୍ରବାର ଅହମଦାବାଦ ସେଟେଲାଇଟ ପୋଲିସ ଗିରଫ କରିଛି। ପାୟଲ ସୋସାଇଟିର ଲୋକଙ୍କ ସହ ବାରମ୍ବାର ଝଗଡ଼ା କରିବା ଓ ଚେୟାରମ୍ୟାନଙ୍କୁ ଜୀବନରେ ମାରିଦେବାକୁ ଧମକ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ସୋସାଇଟିର ଚେୟାରମ୍ୟାନଙ୍କ ବିରୋଧରେ ପାୟଲ ଗାଳିଗୁଲଜ କରିଥିଲେ। ଏହାପରେ ବିବାଦ ବଢ଼ିବା ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ୍ କରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଜୁନ ୨୦ରେ ସୋସିଆଇଟି ଏଜିଏମ୍ ମିଟିଂରେ ପାୟଲ ସଦସ୍ୟ ନ ହେବା ସତ୍ତ୍ୱେ ମିଟିଂକୁ ଯାଇଥିଲେ। ଯେତେବେଳେ ସେଠାରେ ତାଙ୍କୁ କିଛି କହିବାକୁ ମନାକରାଯାଇଥିଲା, ସେତେବେଳେ ସେ ସମସ୍ତଙ୍କୁ ଗାଳିଗୁଲଜ କରିଥିଲେ। ଏଥିସହ ସୋସାଇଟିରେ ପିଲାମାନଙ୍କ ଖେଳିବାକୁ ନେଇ ମଧ୍ୟ ପାୟଲ ଅନେକ ଥର ଝଗଡ଼ା କରିଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ୨୦୧୯ରେ ମଧ୍ୟ ପାୟଲ ଗିରଫ ହୋଇସାରିଛନ୍ତି। ରାଜସ୍ଥାନର ବୁନ୍ଦି ପୋଲିସ ତାଙ୍କୁ ଅହମଦାବାଦରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.