ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଷ୍ଟେଟ୍ ବାର କାଉନ୍ସିଲ ଆଡ୍ଭୋକେଟ୍ସ ଓ୍ବେଲ୍ଫେୟାର କର୍ପସ ଫଣ୍ଡ୍ ଷ୍ଟାମ୍ପ୍ କାର୍ଯ୍ୟକାରିକୁ ସ୍ଥଗିତ ରଖାଯାଇଛି। ପ୍ରତ୍ୟେକ ଓକିଲାତି ନାମାରେ ଏବାବଦକୁ ୧୦୦ ଟଙ୍କାର ଅତିରିକ୍ତ ଷ୍ଟାମ୍ପ୍ ଫି’ ଲଗାଇବାକୁ ନୂଆ ନିୟମ କରାଯାଇଛି। ହେଲେ ରାଜ୍ୟର ଆଇନଜୀବୀ ତଥା ଓକିଲ ସଂଘମାନେ ବିରୋଧ କରିବାପରେ ଏହାର କାର୍ଯ୍ୟକାରିତାକୁ ଆଉ ୬ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ଏନେଇ ରାଜ୍ୟ ବାର କାଉନସିଲ ସମସ୍ତ ସହବନ୍ଧିତ ଓକିଲ ସଂଘକୁ ପତ୍ର ମାଧ୍ୟମରେ ଜଣାଇଦେଇଛି। ଏହି ନୂତନ ନିୟମ ଗତ ମେ ୧୪ରୁ କାର୍ଯ୍ୟକାରୀ ହେବାର ଥିଲା। ହେଲେ ଆରମ୍ଭରୁ ବିରୋଧ କରାଯିବାରୁ ଏହାର କାର୍ଯ୍ୟକାରିତାକୁ ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୭ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତେବେ ରାଜ୍ୟ ବାର୍ କାଉନ୍ସିଲ୍ର ଚିଠି ପାଇବା ପରେ ବୁଧବାର ଭର୍ଚୁଆଲ ମୋଡ୍ରେ ଖୋର୍ଦ୍ଧା ଓ ପୁରୀ ଜିଲାର ସମସ୍ତ ଓକିଲ ସଂଘ ସମେତ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା। ଏଥିରେ ଭୁବନେଶ୍ୱର ଓକିଲ ସଂଘ ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ ବଡପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ କାର୍ଯ୍ୟକାରୀ ସଦସ୍ୟମାନେ ଯୋଗଦେଇ ଓକିଲାତିନାମାରେ ୧୦୦ ଟଙ୍କାର ଅତିରିକ୍ତ ଷ୍ଟାମ୍ପ୍ ଫି’କୁ ପ୍ରତ୍ୟାହାର ପାଇଁ ଦାବି ରଖିଥିଲେ। ସୂଚନାଯୋଗ୍ୟ, କୋଭିଡ୍ ସମୟରେ ଏପରି ଅତିରିକ୍ତ ଷ୍ଟାମ୍ପ ଫି ଦେବା ନିୟମକୁ ପ୍ରତ୍ୟାହାର ସୋମବାର ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଓ ଭୁବନେଶ୍ୱର ଓକିଲ ସଂଘ ଦାବି କରି ଆନ୍ଦୋଳନ ଚେତାବନୀ ଦେଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.