ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ। ଏହି ଅତି ସୁକ୍ଷ୍ମ ପ୍ରାଣୀଟି ସାଇବେରିଆର ବରଫ ତଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲା। ଏବେ ସେ ନିଦରୁ ଉଠିଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟିର ନାମ ହେଉଛି ବଡେଲୋଏଡ୍ ରୋଟିଫର। ଏହାକୁ ବୈଜ୍ଞାନିକମାନେ ରୁଷିଆ ଆର୍କଟିକ୍ର ଆଲାୟେଜା ନଦୀ ନିକଟରୁ ପାଇଛନ୍ତି। ମାଟି ଖୋଲି ଏହାକୁ ବାହାର କରାଯାଇଛି। ଆସେକ୍ସୁଆଲି ରିପ୍ରଡ୍ୟୁସ୍ କରୁଥିବା ଏହି ସୂକ୍ଷ୍ମ ପ୍ରାଣୀଟି ସାଧାରଣତଃ ସନ୍ତସନ୍ତିଆ ଅଞ୍ଚଳରେ ଜୀବିତ ରହିଥାଏ। ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି ଏହାର ଅଦ୍ଭୁତ କ୍ଷମତା ରହିଛି। ଏହା ଏକାଦିକ୍ରମେ ୧୦ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ରେଡିଓକାର୍ବନ ଡାଟିଂ ଅନୁସାରେ ବଡେଲୋଏଡ୍ ରୋଟିଫର ୨୪ ହଜାର ବର୍ଷ ଧରି ଶୋଇ ରହିଥିବା ଜଣାପଡ଼ିଛି। ଏସମ୍ପର୍କିତ ରିପୋର୍ଟ କରେଣ୍ଟ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟି ୨୩,୯୬୦ରୁ ୨୪,୪୮୫ ବର୍ଷ ତଳର ବୋଲି ରେଡିଓକାର୍ବନ ଡାଟିଂ ରିପୋର୍ଟରୁ ସୂଚନା ମିଳିଥିବା ରୁଷିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକୋକେମିକାଲ ଆଣ୍ଡ୍ ବାୟୋଲୋଜିକାଲ ପ୍ରୋବ୍ଲେମ୍ସ ଇନ୍ ସଏଲ୍ ସାଇନ୍ସ୍ର ପ୍ରଫେସର ଷ୍ଟାସ୍ ମାଲାଭିନ୍ କହିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ View All
ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍: ଏଠାରେ ଆରମ୍ଭ ହେବ ଟିକାକରଣ…
ଅକ୍ଲାଣ୍ଡ,୧୩।୬: କରୋନା ଭାକ୍ସିନ୍ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍ ଶୀଘ୍ର ଏଠାରେ...
କରୋନା ମହାମାରୀ ଭୟ ଶୂନ: ଚାଇନାରେ ପାଳନ କରାଯାଉଛି ‘କୁକୁର ମାଂସ ଉତ୍ସବ’; ହଜାର ହଜାର…
ସାରା ବିଶ୍ୱ ମହାମାରୀ କରୋନା ସହ ଲଢ଼ୁଥିବା ବେଳେ ଏବେ ତୃତୀୟ ଲହର ପାଇଁ ଚେତାବନୀ ଦିଆଯାଇଛି। ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କୁ ପହଞ୍ଚାଇବା ପଛରେ...
ଚାଇନାକୁ ଘେରିଲା ଡବ୍ଲ୍ୟୁଏଚ୍ଓ: କରୋନା ନମୁନା ନଷ୍ଟ କରୁଥିବା ଅଭିଯୋଗ…
ଜେନେଭା/ବେଜିଂ,୯।୬: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ହରଡ଼ଘଣାରେ ପଡ଼ିଛି। ଏବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ଚାଇନାକୁ ଘେରିଛି। କରୋନା ନମୁନା ସହିତ ଏସମ୍ପର୍କିତ...
ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି
ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି...
୧୦୦ କୋଟି ଡୋଜ୍ ଟିକା ଦେବ ଜି ୭
କାର୍ବିସ୍ ବେ, ୧୪।୬: ବ୍ରିଟେନରେ ଚାଲିଥିବା ଜି ୭ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରବିବାର ଶେଷ ହୋଇଛି। ଗରିବ ରାଷ୍ଟ୍ରଗୁଡ଼ିକୁ ୧୦୦ କୋଟିରୁ ଊର୍ଦ୍ଧ୍ୱ କୋଭିଡ୍ ଟିକା...
ଯୋଗାମୁଦ୍ରାରେ ପଶୁପତି…
ଯୋଗର ଆରମ୍ଭ ପ୍ରାକ୍ ବୈଦିକ ଯୁଗରୁ ହୋଇଛି ବୋଲି ଗ୍ରହଣ କରାଯାଇଥାଏ । ସିନ୍ଧୁ ସଭ୍ୟତାରୁ ମିଳିଥିବା ପୋଡ଼ାମାଟି ମୁଦ୍ରାରେ ପଶୁପତି ଯୋଗାସନ ମୁଦ୍ରାରେ ବସିଥିବାର...
ମେଘାନ-ହ୍ୟାରିଙ୍କ ଦ୍ୱିତୀୟ ସନ୍ତାନ
ସାନ୍ତା ବାର୍ବରା,୭।୬: ପ୍ରିନ୍ସ ହ୍ୟାରି ଏବଂ ମେଘାନ ମାର୍କେଲ ସେମାନଙ୍କର ଦ୍ୱିତୀୟ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି। ସେମାନଙ୍କ କନ୍ୟା ସନ୍ତାନର ନାଁ ରଖାଯାଇଛି ଲିଲିବେଟ୍ ଲିଲି...
ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହେଲେ ଏହି ମହିଳା, ପିଲାଙ୍କ ପାଇଁ ସପ୍ତାହକୁ ଖର୍ଚ୍ଚ ହୁଏ…
ରୁଷିଆର ଜଣେ ମହିଳା ବର୍ଷକ ମଧ୍ୟରେ ୨୦ ସନ୍ତାନର ମା’ ହୋଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ। ୨୩ ବର୍ଷୀୟା କ୍ରିଷ୍ଟିନାଙ୍କ ସ୍ବାମୀ ଜଣେ...


