ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ। ଏହି ଅତି ସୁକ୍ଷ୍ମ ପ୍ରାଣୀଟି ସାଇବେରିଆର ବରଫ ତଳେ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲା। ଏବେ ସେ ନିଦରୁ ଉଠିଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟିର ନାମ ହେଉଛି ବଡେଲୋଏଡ୍ ରୋଟିଫର। ଏହାକୁ ବୈଜ୍ଞାନିକମାନେ ରୁଷିଆ ଆର୍କଟିକ୍ର ଆଲାୟେଜା ନଦୀ ନିକଟରୁ ପାଇଛନ୍ତି। ମାଟି ଖୋଲି ଏହାକୁ ବାହାର କରାଯାଇଛି। ଆସେକ୍ସୁଆଲି ରିପ୍ରଡ୍ୟୁସ୍ କରୁଥିବା ଏହି ସୂକ୍ଷ୍ମ ପ୍ରାଣୀଟି ସାଧାରଣତଃ ସନ୍ତସନ୍ତିଆ ଅଞ୍ଚଳରେ ଜୀବିତ ରହିଥାଏ। ପ୍ରତିକୂଳ ପରିସ୍ଥିତିରେ ନିଜକୁ ଜୀବିତ ରଖିବା ଲାଗି ଏହାର ଅଦ୍ଭୁତ କ୍ଷମତା ରହିଛି। ଏହା ଏକାଦିକ୍ରମେ ୧୦ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥାଏ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ତେବେ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ରେଡିଓକାର୍ବନ ଡାଟିଂ ଅନୁସାରେ ବଡେଲୋଏଡ୍ ରୋଟିଫର ୨୪ ହଜାର ବର୍ଷ ଧରି ଶୋଇ ରହିଥିବା ଜଣାପଡ଼ିଛି। ଏସମ୍ପର୍କିତ ରିପୋର୍ଟ କରେଣ୍ଟ୍ ବାୟୋଲୋଜିରେ ପ୍ରକାଶିତ ହୋଇଛି। ଏହି ଅତି ସୂକ୍ଷ୍ମ ପ୍ରାଣୀଟି ୨୩,୯୬୦ରୁ ୨୪,୪୮୫ ବର୍ଷ ତଳର ବୋଲି ରେଡିଓକାର୍ବନ ଡାଟିଂ ରିପୋର୍ଟରୁ ସୂଚନା ମିଳିଥିବା ରୁଷିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକୋକେମିକାଲ ଆଣ୍ଡ୍ ବାୟୋଲୋଜିକାଲ ପ୍ରୋବ୍ଲେମ୍ସ ଇନ୍ ସଏଲ୍ ସାଇନ୍ସ୍ର ପ୍ରଫେସର ଷ୍ଟାସ୍ ମାଲାଭିନ୍ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.