Categories: ଜାତୀୟ

୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ

ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ ବିରୋଧୀ ଦଳ ବୈଠକର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ବିରୋଧରେ ‘ଏକଜୁଟ’ ହେବା ପାଇଁ ପାୱାର ବିରୋଧୀ ଦଳର ବୈଠକ ଡକାଇଛନ୍ତି। ବୈଠକରେ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ଏହି ବୈଠକ ନେଇ ସ୍ଥିର ହୋଇଛି।

ପଞ୍ଚମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିବା ଭାଜପାର ପୂର୍ବତନ ନେତା ଯଶୱନ୍ତ ସିହ୍ନା ଓ ପାୱାରଙ୍କ ଉପସ୍ଥିତିରେ ବୈଠକ ପାଇଁ ବିରୋଧୀ ଦଳଗୁଡିକୁ ନିମନ୍ତ୍ରଣ କରାଯାଇଥିଲା। ଦୁଇ ସପ୍ତାହ ମଧ୍ୟରେ ପ୍ରଶାନ୍ତ କିଶୋର ଦ୍ୱିତୀୟ ଥର ପାଇଁ ଶରଦ ପାୱାରଙ୍କୁ ଭେଟିବା ପରେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।

ସୂଚନା ଯୋଗ୍ୟ, ଶରଦ ପାୱାର ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ମେ ୧୧ ତାରିଖରେ ୪ ଘଣ୍ଟା ଧରି ଏକ ବୈଠକ ହୋଇଥିଲା। ଜୁନ ୧୧ ତାରିଖରେ ଦୁହେଁ ମୁମ୍ବାଇର ଏନସିପି ମୁଖ୍ୟଙ୍କ ବାସଭ ବନରେ ଭେଟିଥିଲେ। ରବିବାରର ବୈଠକରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ଏହା

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.