ଆଗ୍ରା,୮। ୧୧: ଆଗ୍ରାର ଏକ ପ୍ରାଇଭେଟ ହସ୍ପିଟାଲରେ ଅକ୍ସିଜେନ ମକ ଡ୍ରିଲ ବେଳେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମଙ୍ଗଳବାର ହସ୍ପିଟାଲକୁ ସିଲ୍ କରିଦିଆଯାଇଛି। ଆଗ୍ରାର ପାରସ ହସ୍ପିଟାଲ ମାଲିକଙ୍କର ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଶୁଣିବାକୁ ମିଳୁଛି ଯେ ଏପ୍ରିଲ ୨୬ ତାରିଖରେ ଅକ୍ସିଜେନ ଅଭାବ କାରଣରୁ ମାତ୍ର ୫ ମିନିଟ ପାଇଁ ଅକ୍ସିଜେନ ସପ୍ଲାଏକୁ ରୋକା ଯାଇଥିଲା। ଏହି ଏକ୍ସପେରିମେଣ୍ଟ ଗୁରୁତର ରୋଗୀଙ୍କ ଉପରେ କରାଯାଇଥିଲା। ଭାଇରାଲ ଭିଡିଓରେ ହସ୍ପିଟାଲର ମ୍ୟାନେଜର୍ କହୁଛନ୍ତି ଯେ. ଅକ୍ସିଜେନ ଅଭାବ କାରଣରୁ ମୋଦିନଗରରୁ ସପ୍ଲାଏ ମଗା ଯାଉଥିଲା। ଏହାରି ଭିତରେ ସେ ରୋଗୀଙ୍କ ପରିବାରକୁ ସେମାନଙ୍କୁ ଡିସଚାର୍ଜ କରିବାକୁ କହୁଥିବା ଶୁଣିବାକୁ ମିଳିଛି, କିନ୍ତୁ କେହିବି ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହା ପରେ ସେ ଏକ ଏକ୍ସପେରିମେଣ୍ଟ କରିବାକୁ ନିଷ୍ପତ୍ତି ନେଲେ। ଭିଡିଓରେ ସେ କହିଛନ୍ତି ଯେ ମକ ଡ୍ରିଲ ପାଇଁ ଏପ୍ରିଲ ୨୬ ତାରିଖରେ ସକାଳ ୭ଟାରେ ୫ ମିନିଟ ପାଇଁ ଅକ୍ସିଜେନ ସପ୍ଲାଏ ବନ୍ଦ କରିଦିଆଯାଇଥିଲା। ଯାହା ପରେ ୨୨ ଜଣ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ଏହା ପରେ ସେ ନିଷ୍ପତ୍ତି ନେଲେ ଯେ ବିନା ଅକ୍ସିଜେନରେ ଏହି ରୋଗୀମାନେ କୌଣସି ପରିସ୍ଥିତିରେ ବଞ୍ଚି ପାରିବେ ନାହିଁ। ଏହା ପରେ ଆଇସିୟୁ ୱାର୍ଡରେ ଭର୍ତ୍ତି ୭୨ ରୋଗୀଙ୍କ ପରିବାର ନିଜେ ଅକ୍ସିଜେନ ମଗାଇବା କଥା କହୁଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ସରକାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ଆଗ୍ରାର ସିଏମଓ ଡାକ୍ତର ଆରସି ପାଣ୍ଡେ କହିଛନ୍ତି ଯେ ଭିଡିଓର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.