ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ଜନସାଧାରଣଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ସରକାର କରୋନା ଟିକାକୁ ରାଜନୀତିକରଣ କରିବା ପରିବର୍ତ୍ତେ ମାଗଣା ଟିକାକରଣ କରିବେ ବୋଲି ଘୋଷଣା କରିଛନ୍ତି। ଆମେ ଭାଜପାର ଟିକା ବିରୋଧରେ ଥିଲୁ, କିନ୍ତୁ ‘ଭାରତ ସରକାର’ର ଟିକାକୁ ସ୍ବାଗତ କରି ଆମେ ବି ଟିକା ନେବୁ ଏବଂ ଟିକା ଅଭାବରୁ ଏହାକୁ ନେଇ ନ ଥିବା ଲୋକଙ୍କୁ ନିବେଦନ ମଧ୍ୟ କରିବୁ ବୋଲି ସେ କହିଛନ୍ତି। ପୂର୍ବରୁ ତାଙ୍କ ପିତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଲକ୍ଷ୍ନୌରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ।
ସୂଚନାଯୋଗ୍ୟ,ଅଖିଳେଶ ଯାଦବ କରୋନା ଟିକାକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ ଏହି ଟିକା ନେବେ ନାହିଁ। ତାଙ୍କ ବିବୃତ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଚର୍ଚ୍ଚା ପ୍ରକାଶ ପାଇଥିଲା। ଅଖିଳେଶ କହିଥିଲେ ଯେ, ମୁଁ କରୋନା ଟିକା ନେବି ନାହିଁ। ଏହି ଟିକା ତ ଭାଜପା ଲୋକଙ୍କର। ମୁଁ ଏହାକୁ କିପରି ବିଶ୍ୱାସ କରିପାରିବି? ’ରାଜ୍ୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶଙ୍କ ଏହି ମନ୍ତବ୍ୟ ଡାକ୍ତର ତଥା ବୈଜ୍ଞାନିକଙ୍କ ଅପମାନ ବୋଲି କହିଥିଲେ। ପାଇଁ ସେ ଏନେଇ କ୍ଷମା ମାଗନ୍ତୁ ବୋଲି ମୌର୍ଯ୍ୟ କହିଥିଲେ। ତେବେ କିଛି ସମୟ ପରେ ଅଖିଳେଶ ଯାଦବ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି କହିଥିଲେ ଯେ ସମ୍ପୂର୍ଣ୍ଣ ପରୀକ୍ଷା ପରେ ସେ କରୋନା ଟିକା ନେବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.