ଓ୍ବାଶିଂଟନ,୨୪।୬: ଗତ ୫୦୦୦ ବର୍ଷ ଧରି ଏଲିଅନ୍ ପୃଥିବୀ ଉପରେ ଟେଲିସ୍କୋପ୍ ଦ୍ୱାରା କଡ଼ା ନଜର ରଖିଛନ୍ତି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖୁବ୍ଶୀଘ୍ର ଏହି ରିପୋର୍ଟକୁ ପ୍ରକାଶ କରାଯିବ। ପୃଥିବୀର ବିଭିନ୍ନ ରେଡ଼ିଓ ସିଗନାଲ୍ ସହିତ ଏଲିଅନ୍ ସଂଯୋଗ ସ୍ଥାପନ କରିବାକୁ ସକ୍ଷମ। ଏଲିଅନ୍ ରହୁଥିବା ୨୯ଟି ସମ୍ଭାବ୍ୟ ସ୍ଥାନ ସମ୍ପର୍କରେ ଏହି ରିପୋର୍ଟରେ ଦର୍ଶାଯାଇଛି। ଗବେଷକ ଆକାଶ ଗଙ୍ଗାର ଏକ ନକ୍ସ୍ା ପ୍ରସ୍ତୁତ କରି ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଦର୍ଶାଇଛନ୍ତି। ପୃଥିବୀଠାରୁ ୩୨୬ ଆଲୋକ ବର୍ଷ ଦୂରରେ ୨୦୩୪ ନକ୍ଷତ୍ର ରହିଛନ୍ତି। କେତେକ ନକ୍ଷତ୍ରରେ ପୃଥିବୀର ରେଡ଼ିଓ ସିଗନାଲ୍ ପହଞ୍ଚୁଥିବା ନେଇ ଗବେଷକ ଦାବି କରିଛନ୍ତି। ୧୬୪୨ ମସିହାଠାରୁ ଏଲିଅନ୍ ପୃଥିବୀ ଉପରେ କଡ଼ା ନଜର ରଖିଥିବା ନ୍ୟୁୟର୍କର କର୍ନେଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଲିଜା କାଲ୍ଟେନେଗର କହିଛନ୍ତି। ପୃଥିବୀର ରେଡ଼ିଓ ସିଗନାଲ୍କୁ ୭୫ରୁ ଅଧିକ ନକ୍ଷତ୍ର ସହଜରେ ଉପଲବ୍ଧ କରୁଛନ୍ତି। ଏହି ରେଡ଼ିଓ ସିଗନାଲକୁ ଶହେ ବର୍ଷ ତଳେ ଆରମ୍ଭ କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.