ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍ମାନେ ୟୁଏଫ୍ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ ଇଣ୍ଟରନ୍ୟାଶନାଲ କୋଏଲିଶନ ଫର୍ ଏକ୍ସଷ୍ଟ୍ରାଟେରିଷ୍ଟୋରିଆଲ୍ ରିସର୍ଚ୍ଚ (ଆଇସିଇଆର) ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଏବେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି।
ଆଇସିଇଆର ପକ୍ଷରୁ ଦାବି କରାଯାଇଛି ଯେ, ଏଲିଅନ୍ ଅର୍ଥାତ୍ ଅନ୍ୟ ଗ୍ରହର ପ୍ରାଣୀ ମହାକାଶ ନୁହେଁ ସମୁଦ୍ରରୁ ହିଁ ପୃଥିବୀ ଭ୍ରମଣରେ ୟୁଏଫଓ ମାଧ୍ୟମରେ ଆସୁଛନ୍ତି। ଆଇସିଇଆର ପକ୍ଷରୁ ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଆମେରିକା ନୌସେନା ଗତ ୨୦ ବର୍ଷ ଧରି ଦେଖିଥିବା ୧୨୦ରୁ ଅଧିକ ଥର ଆକାଶରେ ୟୁଏଫ୍ଓ ଉଡୁଥିବା ଘଟଣା ଉପରେ ବିଶ୍ଲେଷଣ କରାଯାଇଥିବା ଉପାଧ୍ୟକ୍ଷ ତଥା ପୂର୍ବତନ ପୋଲିସ ଅଧିକାରୀ ଗୈରି ହେସେଲ୍ଟାଇନ୍ କହିିଛନ୍ତି। ସେ ରୟାଲ ଏୟାର ଫୋର୍ସ ପୋଲିସରେ ଦୀର୍ଘ ୬ ବର୍ଷ କାମ କରିବା ସମୟରେ ବହୁ ଅଭିଜ୍ଞତା ହାସଲ କରିଛନ୍ତି।
ଓ୍ବେବସାଇଟ୍ ଦ ସନ୍ ଅନୁସାରେ ଆମେରିକା ନୌସେନା ଉପରେ ଘୁରିବୁଲୁଥିବା ୟୁଏଫ୍ଓ ଏଲଅନ୍ ପ୍ରକୃତରେ ମହାକାଶ ଅବା ସମୁଦ୍ରରୁ ଆସୁଛନ୍ତି ତାହା ପ୍ରମାଣିତ କରିବାକୁ ସକ୍ଷମ। ଅଥଳ ମହାସାଗର ଅବା ଖାଇ ଏଲିଅନ୍ମାନଙ୍କ ୟୁଏଫ୍ଓ ବେସ୍ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ ମତପୋଷଣ କରିଛନ୍ତିି।
ବର୍ତ୍ତମାନ ସୁଦ୍ଧା ମହାକାଶ ତୁଳନାରେ ସଭ୍ୟ ମଣିଷ ମହାସାଗର ସମ୍ପର୍କରେ ଖୁବ୍ କମ୍ ଜାଣିଛି। ମହାସାଗର ବିଷୟରେ ମଣିଷ ପ୍ରାୟ ୫ ପ୍ରତିଶତ ଜ୍ଞାନ ହାସଲ କରିବାକୁ ସକ୍ଷମ ହୋଇଛି। ତେଣୁ ସମୁଦ୍ର ହିଁ ଏଲିଅନ୍ଙ୍କ ୟୁଏଫ୍ଓ ବେସ୍ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.