ଭୁବନେଶ୍ୱର,୪।୬(ବ୍ୟୁରୋ): ବାତ୍ୟା ‘ୟାସ୍’ ପରିଚାଳନାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବାତ୍ୟା ପରିଚାଳନା ସରକାରଙ୍କ ପ୍ରଚାର ସର୍ବସ୍ବ ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ଏଭଳି ସମାଲୋଚନା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ପୂର୍ବତନ ରାଜସ୍ବ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ମନମୋହନ ସାମଲ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜଧାନୀରେ ବସି ବାତ୍ୟା ଓ ବନ୍ୟା ସୁପରିଚାଳନା କରିବାର ମିଛ ପ୍ରଶଂସା ସାଉଁଟିବାରେ ରାଜ୍ୟ ସରକାର ସିଦ୍ଧହସ୍ତ। ୨୦୦୮ରେ ବିଧାନସଭାରେ ଗୃହ ବିଭାଗ କମିଟି ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ କୌଣସି ପ୍ରାକ୍ ପ୍ରସ୍ତୁତି କରି ନ ଥିଲେ। ବାତ୍ୟା ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ସତର୍କ କରାଇଥିଲା। ଏନ୍ଡିଆର୍ଏଫ୍ ମଧ୍ୟ ସମସ୍ତ ସହଯୋଗ କରିଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି କହିବା କେବଳ ପ୍ରହସନ। ୫୦ ଜଣଙ୍କୁ ସ୍ଥାନାନ୍ତରିତ କରି ୩୦୦ ଦର୍ଶାଯାଇଛି। ସେହିପରି ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା। ବିସ୍କୁଟ, ଚୁଡ଼ା ଦେଇ ଔପଚାରିକତା ପୂରଣ କରାଯାଇଥିଲା। କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ ବାତ୍ୟାଶ୍ରୟ ପରିଚାଳନା ହେଉଥିବା ମିଥ୍ୟା ପ୍ରଚାର କରାଯିବାରୁ ଅନେକେ ଆଶ୍ରୟ ସ୍ଥଳକୁ ଯାଇ ନ ଥିଲେ ବୋଲି ସାମଲ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଭାଜପାରେ ଏଭଳି ଅଭିଯୋଗର ଜବାବ ରଖିଛି ବିଜେଡି। ଦଳୀୟ ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବାତ୍ୟା ପରିଚାଳନାରେ ରାଜ୍ୟ ସରକାର ସମୁଚିତ ପଦକ୍ଷେପକୁ ସବୁଆଡୁ ପ୍ରଶଂସା କରାଯାଉଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ଭାଜପା ନେତା ମନମୋହନ ସାମଲ ପ୍ରଶ୍ନ କରୁଛନ୍ତି। ବାତ୍ୟା ପରେ ସରକାର ରିଲିଫ୍ ଓ ଥଇଥାନ କାର୍ଯ୍ୟ ହାତକୁ ନେଇଛନ୍ତି। ପ୍ରଭାବିତ ଅଞ୍ଚଳବାସୀଙ୍କୁ ୭ଦିନ ପାଇଁ ମାଗଣା ଖାଦ୍ୟ ପ୍ରଦାନ ସହ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି ଲେନିନ୍ ପ୍ରତିକ୍ରିୟାରେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.