Categories: ଜାତୀୟ

ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ

ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ ରବିବାର ଉତ୍ତରପ୍ରଦେଶର ଦୁଇଟି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଗତ ମାର୍ଚ୍ଚରେ ଏହି ଜମି କାରବାର ହୋଇଥିଲା। ଜଣେ ବ୍ୟକ୍ତିଙ୍କଠାରୁ ଦୁଇଜଣ ରିଅଲ ଇଷ୍ଟେଟ୍‌ ଡିଲର ୨ କୋଟି ଟଙ୍କାରେ ସମ୍ପତ୍ତି କିଣି ମାତ୍ର କେତେ ମିନିଟ ପରେ ଏହାକୁ ୧୮.୫ କୋଟି ଟଙ୍କାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ବିକ୍ରି କରିଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଅଭିଯୋଗ ହୋଇଛି। ୟୁପିର ପୂର୍ବତନ ମନ୍ତ୍ରୀ ତଥା ଏସ୍‌ପି ନେତା ପଓ୍ବନ ପାଣ୍ଡେ ରବିବାର ଅଯୋଧ୍ୟାରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ସ୍ଥାନୀୟ ଭାଜପା ନେତା ଓ କେତେଜଣ ଟ୍ରଷ୍ଟ ସଦସ୍ୟ ଏହି ଜମି ଜାଲିଆତିରେ ସମ୍ପୃକ୍ତ ଅଛନ୍ତି। ଏହି ଅବସରରେ ପଓ୍ବନ ଉକ୍ତ ଜାଲ୍‌ ଜମି କାରବାରର ଦସ୍ତାବିଜ୍‌ ଦେଖାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଦସ୍ତାବିଜ୍‌ ଅପୁଯାୟୀ ରାମ ଜନ୍ମଭୂମି ସ୍ଥଳକୁ ଲାଗି ରହିଥିବା ଏକ ଜମିକୁ ପ୍ରକୃତ ମୂଲ୍ୟଠାରୁ ବହୁଗୁଣ ଅଧିକ ଦାମ୍‌ରେ ବିକ୍ରି କରାଯାଇଛି। ଏଥିରେ ସେ ଉଭୟ କାରବାରର ଷ୍ଟାମ୍ପ୍‌ ଡ୍ୟୁଟି ପେପର ଦେଖାଇଛନ୍ତି। ଦୁଇଟି ଯାକ କାରବାରରେ ଅଯୋଧ୍ୟା ମେୟର ଏବଂ ଟ୍ରଷ୍ଟର ଜଣେ ସ୍ଥାନୀୟ ସଦସ୍ୟ ସାକ୍ଷୀ ରହିଛନ୍ତି। ଯେଉଁ ଭଗବାନ ରାମଙ୍କ ନାମରେ ଆଦର୍ଶ ରାମରାଜ୍ୟ ଗଠନ କରିବା କଥା କୁହାଯାଉଛି, ତାଙ୍କ ମନ୍ଦିର ନିର୍ମାଣ ବେଳେ ଏଭଳି ବେଆଇନ କାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଛନ୍ତି। ସେହିପରି ଏଏପିର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ କହିଛନ୍ତି, ୫ ମିନିଟରେ ଜମି ୧୬.୫ କୋଟି ଟଙ୍କା ମହଙ୍ଗା ହୋଇଯିବା ବିଶ୍ୱ ରେକର୍ଡ। ରବି ମୋହନ ତିଓ୍ବାରି ଓ ସୁଲ୍‌ତାନ ଅନ୍‌ସାରୀଙ୍କଠାରୁ ୧୮.୫ କୋଟି ଟଙ୍କାରେ ୨ କୋଟିର ଜମିକୁ କିଣାଯାଇଛି। ପ୍ରତି ସେକେଣ୍ଡରେ ଏହି ଜମିର ମୂଲ୍ୟ ପ୍ରାୟ ୫.୫ ଲକ୍ଷ ଟଙ୍କା ବଢ଼ାଇ ଦିଆଯାଇଛି। କେବଳ ଭାରତ ନୁହେଁ, ସାରା ବିଶ୍ୱର କୌଣସି ସ୍ଥାନରେ ଏତେ କମ୍‌ ସମୟରେ ଜମି ମୂଲ୍ୟ ଏଭଳି ବଢ଼ିବା କେବେ ଦେଖିବାକୁ ମିଳିନାହିଁ। ତେବେ ବିରୋଧୀଙ୍କ ଏହି ଅଭିଯୋଗକୁ ଟ୍ରଷ୍ଟ ପକ୍ଷରୁ ଖଣ୍ଡନ କରାଯାଇଛି। ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ପୂର୍ବରୁ ଆମ ଉପରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଅଭିଯୋଗ ମଧ୍ୟ ଅଣାଯାଇଥିଲା। ଏଭଳି ଆରୋପକୁ ନେଇ ଆମେ ଆଦୌ ଚିନ୍ତିତ ନୋହୁଁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.