Categories: ଖେଳ

ଅମୋଲ ମଜୁମ୍‌ଦାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍‌ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ରମେଶ ପାଓ୍ବାର ଭାରତୀୟ ମହିଳା ଦଳର ଦାୟିତ୍ୱ ନେବା ପରେ ଏହି ପଦବୀ ଖାଲିପଡ଼ିଥିଲା। ଯତୀନ ପରଞ୍ଜପେ (ଚେୟାରମ୍ୟାନ), ନୀଲେଶ କୁଲକର୍ନୀ ଓ ବିନୋଦ କୁମ୍ବାଲିଙ୍କୁ ନେଇ ଗଠିତ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ର କ୍ରିକେଟ ଇମ୍ପ୍ରୁଭମେଣ୍ଟ କମିଟି (ସିଆଇଏସ୍‌) ମଜୁମ୍‌ଦାରଙ୍କୁ ମନୋନୀତ କରିଥିଲା। ମୁମ୍ବାଇ ସିନିୟର ଦଳ ପାଇଁ ଅନ୍ୟ ୮ ଜଣ ପ୍ରାର୍ଥୀ ରହିଥିଲେ। ସେମାନେ ହେଲେ ବଲଓ୍ବିନ୍ଦର ସିଂ ସାନ୍ଧୁ, ଓ୍ବାସିମ୍‌ ଜାଫର, ସାଇରାଜ ବାହୁତୁଲେ, ସୁଲକ୍ଷଣା କୁଲକର୍ନୀ, ପ୍ରଦୀପ ସୁନ୍ଦରମ, ନନ୍ଦନ ଫାଡ୍‌ନିସ, ଉମେଶ ପାଟଓ୍ବାଲ ଓ ବିନୋଦ ରାଘବନ। ୪୬ ବର୍ଷୀୟ ମୁମ୍ବାଇ ଷ୍ଟଲଓ୍ବାର୍ଟ ମଜୁମ୍‌ଦାର ୧୯୯୩ରୁ ୨୦୧୩ ମଧ୍ୟରେ ୧୭୧ ପ୍ରଥମଶ୍ରେଣୀ ମ୍ୟାଚରେ ୧୧,୧୬୭ ରନ କରିଛନ୍ତି। ଅବସର ନେବା ପରେ ସେ ଜଣେ ଭଲ କମେଣ୍ଟେଟର ଭାବେ ପଚିଚିତି ଲାଭ କରିଥିଲେ। ସେ ଏନ୍‌ସିଏ, ଆଇପିଏଲ ଟିମ୍‌ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ୨୦୧୯-୨୦ ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କାମଚଳା କୋଚ୍‌ ଦାୟିତ୍ୱ ତୁଲାଇଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.