ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏନ୍ଆଇଏମ୍ଏସ୍) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷକରି ଶ୍ୱାସକ୍ରିୟାଜନିତ ସଂକ୍ରମଣ ରୋକିବାରେ ଭିଟାମିନ୍ ଡି ସହାୟକ ହୋଇଥାଏ ବୋଲି www.nature.com ଓ୍ବେବ୍ସାଇଟରେ ରିପୋର୍ଟ ପ୍ରକାଶ ପାଇଛି। ଶରୀରରେ ଭିଟାମିନ୍ ଡି ସ୍ତର ୮୦/୧୦୦ ନାନୋଗ୍ରାମ୍/ମିଲିଲିଟରକୁ ବୃଦ୍ଧି ପାଇଲେ ଗୁରୁତର ସଂକ୍ରମଣ ଆଶଙ୍କା କମ୍ ରହିଥାଏ ବୋଲି ଏଥିରେ ଦର୍ଶାଯାଇଛି।
ସିକନ୍ଦରାବାଦ୍ସ୍ଥିତ ଗାନ୍ଧୀ ହସ୍ପିଟାଲର କୋଭିଡ୍ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। କୋଭିଡ୍ଜନିତ ସଂକ୍ରମଣ ହ୍ରାସ କରିବାରେ ପଲ୍ସ ଡି ଥେରାପିର ପ୍ରଭାବ ଜାଣିବା ଏହି ଅନୁସନ୍ଧାନର ଲକ୍ଷ୍ୟ ରହିଥିଲା। ରିପୋର୍ଟ ପ୍ରସ୍ତୁତକାରୀ ହାଇଦ୍ରାବାଦ ବିବିନଗର ଏମ୍ସ ଅର୍ଥୋପେଡିକ୍ସ ମୁଖ୍ୟ ଡା. ମହେଶ୍ୱର ଲକ୍କିରେଡ୍ଡିଙ୍କ କହିବା ମୁତାବକ, ଭିଟାମିନ୍ ଡି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ସଂକ୍ରମିତଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ନେଇଛି। ସାମାନ୍ୟ ଲକ୍ଷଣ ଥିବା ୧୩୦ ରୋଗୀଙ୍କ ଉପରେ ପଲ୍ସ ଡି ଥେରାପି କରାଯାଇଥିଲା। ସଂକ୍ରମିତଙ୍କୁ ଭିଟାମିନ୍-ଡି(ଭିଡି) ଏବଂ ନନ୍-ଭିଟାମିନ୍-ଡି ଦୁଇଟି ଗ୍ରୁପ୍ କରାଯାଇଥିଲା। ସାଧାରଣ ଚିକିତ୍ସା ସମେତ ଭିଡି ଗ୍ରୁପ୍କୁ ପଲ୍ସ ଡି ଥେରାପି ଦିଆଯାଇଥିଲା। ଏନ୍ଭିଡିରେ ଥିବା ରୋଗୀଙ୍କ କେବଳ ସାଧାରଣ ଚିିକତ୍ସା କରାଯାଇଥିଲା। ଭିଡି ଗ୍ରୁପ୍ରେ ସଂକ୍ରମଣ ମାତ୍ରା କମିଥିବାବେଳେ ଏନ୍ଭିଡି ଗ୍ରୁପ୍ରେ ତାହା ସେତେମାତ୍ରାରେ ପରିଲକ୍ଷିତ ହୋଇ ନ ଥିଲା ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.