ଭୁବନେଶ୍ୱର, ୮।୬(ବ୍ୟୁରୋ): ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ଶରୀରର ରକ୍ତଶୂନ୍ୟତା ଓ ରକ୍ତ ସର୍କରାର ସ୍ଥିତି। ଏଥିସହିତ ଯକୃତ, ଫୁସ୍ଫୁସ୍ ଓ ବୃକକ୍ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ। ତାହା ପୁଣି ଏକ ମିନିଟ୍ରୁ କମ୍ ସମୟ ମଧ୍ୟରେ। ଏଭଳି ଏକ ମେଶିନ ତିଆରି କରିଛି ଇଜି-ଆର୍ଏକ୍ସ କମ୍ପାନୀ। ଏହି କମ୍ପାନୀ ବିଭିନ୍ନ ମେଡିକାଲ ଯନ୍ତ୍ରପାତି ତିଆରି କରିଥାଏ। ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ହେଉଛି ନୂଆ ଷ୍ଟାର୍ଟଅପ୍। ଏହା କିପରି ବହୁତ ଶସ୍ତା ଓ ସହଜରେ ବଜାରରେ ଉପଲବ୍ଧ ହୋଇପାରିବ ସେଥିପାଇଁ କମ୍ପାନୀ ପ୍ରସ୍ତୁତି ଚଳାଇଛି। କୋଭିଡ୍-୧୯ ପରି ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ବାଭାବିକତା ଏବଂ କାର୍ଯ୍ୟ ବନ୍ଦ କରିଦେବା ଭଳି ସ୍ଥିତିର ତ୍ୱରିତ ସୂଚନା ଦେଇପାରିବ ଏହି ମେଶିନ। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଶରୀର ଯାଞ୍ଚ ନିମନ୍ତେ ଏହା ବହୁ ଉପଦେୟ ସାବ୍ୟସ୍ତ ହୋଇପାରିବ ବୋଲି ଇଜି-ଆର୍ଏକ୍ସ ପକ୍ଷରୁ କୁହାଯାଇଛି।
ସେହିପରି ଅନ୍ୟ ଏକ ସଂସ୍ଥା ମାକ୍ଫି ସଲ୍ୟୁଶନ୍ ପ୍ରା.ଲିଃ. କୋଭିଡ୍-୧୯ ପ୍ରତିଷେଧକ ଟିକାକୁ ସହଜ ଏବଂ ନିରାପଦରେ ପରିବହନ କରିବା ନିମନ୍ତେ ବିଯୁକ୍ତ ତାପମାତ୍ରାଯୁକ୍ତ ପରିବହନ ଓ ଷ୍ଟୋରେଜ୍ ସକାଶେ ଏକ ଉପକରଣର ନିର୍ମାଣ କରିଛି। ଏହାର ନାମ ରହିଛି ବାୟୋସିୟୋର। ଏହା ସାହାଯ୍ୟରେ ଘରକୁ ଘର ବୁଲି ଟିକାଦାନ ପ୍ରକ୍ରିୟାକୁ ଅନ୍ୟାୟାସରେ ସଞ୍ଚାଳନ କରିହେବ। ଏହା ବିଶେଷ ଭାବେ ଅଗମ୍ୟ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ବହୁ ଉପକାରୀ ହୋଇପାରିବ। ଏହାର ଉତ୍ପାଦନ କରିବା ପାଇଁ ଆଇସିଏମ୍ଆର୍କୁ ଆବେଦନ କରିଛି ମାକ୍ଫି ସଲ୍ୟୁଶନ।
ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ଏସବୁ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ଏହି ନୂତନ ଷ୍ଟାର୍ଟଅପ୍ଗୁଡ଼ିକୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ଏମ୍ଏସ୍ଏମ୍ଇ ପାର୍କ, ଶିଳ୍ପାଞ୍ଚଳ ଆଦି ସୃଷ୍ଟି କରାଯାଇଛି। ଆବଶ୍ୟକ କ୍ଷେତ୍ରରେ ସରକାରୀ ଜମିଯୋଗାଣ, ବ୍ୟାଙ୍କ ଲିଙ୍କକେଜ୍ ଆଦି ସୁବିଧା ଯୋଗାଇ ଦିଆଯାଉଛି। ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ କରୁଥିବା ବିଭାଗ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.