ଭୁବନେଶ୍ୱର(ସ୍ପୋଟର୍ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ ଗ୍ରାଁ ପ୍ରିରେ ଦୂତୀ ନିଜ ଜାତୀୟ ରେକର୍ଡ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ ମଧ୍ୟ ଅଳ୍ପକେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଛନ୍ତି। ସୋମବାର ଅନୁଷ୍ଠିତ ୧୦୦ ମିଟର ରେସ୍ରେ ଦୂତୀ ୧୧.୧୭ ସେକେଣ୍ଡ ସମୟ ନେଇ ପ୍ରଥମ ହୋଇଥିଲେ। ଅଲିମ୍ପିକ କ୍ୱାଲିଫାଇଂ ମାର୍କ ୧୧.୧୫ ସେକେଣ୍ଡ ରହିଛି। ସେ ମାତ୍ର .୨ ସେକେଣ୍ଡ ପାଇଁ ସେ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିପାରିନାହାନ୍ତି। ଏହି ଇଭେଣ୍ଟରେ କର୍ନାଟକର ଏ.ଟି. ଦାନେଶ୍ୱରୀ (୧୧.୪୮) ଓ ପଶ୍ଚିମବଙ୍ଗର ହିମାଶ୍ରୀ ରୟ (୧୧.୭୧) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଦୂତୀଙ୍କ ପାଖରେ ଏବେ ଆଉ ଏକ ସୁଯୋଗ ରହିଛି। ପଟିଆଲାରେ ଆଗାମୀ ୨୫ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୬୦ତମ ଇଣ୍ଟର-ଷ୍ଟେଟ୍ ଆଥଲେଟିକ ଚାମ୍ପିୟନଶିପ୍ରେ ଦୂତୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲର ସୁଯୋଗ ପାଇବେ। ଦୂତୀଙ୍କ ଏହି ସଫଳତାରେ ଓଡ଼ିଶା ଆଥଲେଟିକ ଆସୋସିଏଶନ (ଓଏଏ) ସମ୍ପାଦକ ଆଶୀର୍ବାଦ ବେହେରା ଖୁସି ଜାହିର କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ଆୟୋଜନ ହେବାକୁ ଥିବା ଇଣ୍ଟର-ଷ୍ଟେଟ ଆଥଲେଟିକ ଚାମ୍ପିୟନଶିପ୍ ପାଇଁ ଦୂତୀଙ୍କ ଶୁଭକାମନା କରିଛନ୍ତି। ଓଏଏର ଅଧ୍ୟକ୍ଷ ଶ୍ରୀନିବାସ ପଟ୍ଟନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସେହିପରି ଦୂତୀ ଚାନ୍ଦ, ହିମା ଦାସ, ଏସ୍. ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁସେନ୍ଦ୍ରନଙ୍କୁ ନେଇ ଗଠିତ ମହିଳା ୪x୪୦୦ ମିଟର ରିଲେ ଦଳ ୪୩.୩୭ ସେକେଣ୍ଡ ସମୟ ନେଇ ରେସ୍ ଜିତି ରେକର୍ଡ କରିଥିଲେ ମଧ୍ୟ ଅଲିମ୍ପିକ୍ ଯୋଗ୍ୟତା ହାସଲ କରିପାରିନାହାନ୍ତି। ଏହି ଇଭେଣ୍ଟର ଅଲିମ୍ପିକ କ୍ୱାଲିଫାଏ ମାର୍କ ୪୩. ୦୫ ସେକେଣ୍ଡ ରହିଥିବା ବେଳେ ଦୂତୀ ଓ ତାଙ୍କ ଅନ୍ୟସାଥୀ ପଛରେ ରହିଯାଇଥିଲେ।
ପୂର୍ବରୁ ୨୦୧୬ରେ ଅଲମାଟିରେ ମେରିଲିନ୍ କେ. ଜୋସେଫ, ଏଚ୍.ଏମ. ଜ୍ୟୋତି, ଶ୍ରାବଣୀ ନନ୍ଦ ଓ ଦୂତୀ ୪୩.୪୨ ସେକେଣ୍ଡ ସମୟ ନେଇ ରେକର୍ଡ କରିଥିଲେ। ଏହି ଇଭେଣ୍ଟରେ ମଧ୍ୟ ଦୂତୀ ଅନ୍ୟମାନଙ୍କ ସହ ପୁଣି ଥରେ ନିଜର ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟରେ ଭାରତ ବି’ ଦଳ ୪୮. ୦୨ ସେକେଣ୍ଡ ସମୟ ନେଇ ଦ୍ୱତୀୟ ଓ ମାଳଦ୍ୱୀପ ଦଳ ୫୦. ୭୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ।
ଶଟ୍ପୁଟର ତେଜିନ୍ଦର ସିଂ ତୁର କିନ୍ତୁ ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଛନ୍ତି। ତେଜିନ୍ଦର ୨୧. ୪୯ ମିଟର ଶଟ୍ପୁଟ ପିଙ୍ଗିଥିଲେ। ଅଲିମ୍ପିକ କ୍ୱାଲିଫାଇଂ ମାର୍କ ୨୧.୧୦ ମିଟର ରହିଥିବା ବେଳେ ସେ ଜାତୀୟ ରେକର୍ଡ ସହ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ପୂର୍ବରୁ ତେଜିନ୍ଦରଙ୍କ ନାମରେ ଜାତୀୟ ରେକର୍ଡ (୨୦.୯୨ ମିଟର) ରହିଥିଲା। ସେ ନିଜ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.