ନୂଆଦିଲ୍ଲୀ,୪।୬: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍ ନେଇଥିବା ଖେଳାଳି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୩୨ ଟେଷ୍ଟ ମ୍ୟାଚ୍ରେ ୬୧୯ ଉଇକେଟ ନେଇଛନ୍ତି। ଗୋଟିଏ ପାଳିରେ ୧୦ଟି ଉଇକେଟ ନେବା ଦ୍ୱିତୀୟ ବୋଲର ମଧ୍ୟ ସେ। ଦିନିକିଆ ମ୍ୟାଚ୍ରେ କୁମ୍ବଲେ ୨୭୧ ମ୍ୟାଚ୍ ଖେଳି ୩୩୭ ଉଇକେଟ ନେଇଛନ୍ତି। କ୍ରିକେଟ ପଡ଼ିଆରେ ନିଜର ଶତ ପ୍ରତିଶତ ଦେଉଥିବା ଏହି ଖେଳାଳି ସ୍ବଭାବରେ ବହୁତ ରାଗି। ପାକିସ୍ତାନର ସବୁଠାରୁ ଶାନ୍ତ ଖେଳାଳି ଇନ୍ଜାମାମ ଉଲ ହକଙ୍କ ସହ ମଧ୍ୟ ସେ ଝଗଡ଼ା କରିସାରିଛନ୍ତି ବୋଲି ରାହୁଲ ଦ୍ରାବିଡ ଖୁଲାସା କରିଥିଲେ।
ଅଭିନେତା ଅପାରଶକ୍ତିଙ୍କ କାର୍ଯ୍ୟକ୍ରମ ‘କ୍ରିକେଟ ଡାଏରିଜ’ରେ ଦ୍ରାବିଡ଼ଙ୍କ ସହ ଅତିଥି ଭାବେ ଯୋଗଦେଇଥିଲେ ମହମ୍ମଦ କୈଫ ଏବଂ ଅଜିତ ଅଗରକର। ଏହି କାର୍ଯ୍ୟକ୍ରମରେ କୁମ୍ବଲେଙ୍କ ବିଷୟରେ ଦ୍ରାବିଡ଼ଙ୍କୁ ପଚରାଯାଇଥିଲା। ଏହାର ଜବାବରେ ଦ୍ରାବିଡ କହିଥିଲେ, ବହୁତ ରାଗି। ପଡ଼ିଆରେ ସେ ବହୁତ ରାଗି ହୋଇଯାଇଥାନ୍ତି। ଇନ୍ଜାମାମଙ୍କ ଭଳି ଖେଳାଳିଙ୍କୁ ବି ସେ ଛାଡ଼ି ନାହାନ୍ତି। ତାଙ୍କ ସହ ସେ ଝଗଡ଼ା କରିଛନ୍ତି। ସେହିଭଳି କୈଫ କହିଥିଲେ, ଆମେ ତାଙ୍କୁ ସବୁବେଳେ ରାଗି ଅବସ୍ଥାରେ ଦେଖୁ। ସେ କେବେହେଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ୧୦ ଉଇକେଟ ନେଲେ ମଧ୍ୟ ତାଙ୍କର ସେଭଳି ଅବସ୍ଥା ଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.