ନୂଆଦିଲ୍ଲୀ,୫ା୬: ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ(୯୧)ଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କ ସମ୍ମାନରେ ଭାରତରେ ଶନିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହି ସମୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଏବଂ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିବା ସହ ମରିସସ୍ ପ୍ରତିପକ୍ଷ ପ୍ରବିନ୍ଦ ଜଗନ୍ନାଥଙ୍କୁ ଫୋନ୍ କରି ସମବେଦନା ଜଣାଇଛନ୍ତି। ଭାରତୀୟ ବଂଶୋଦ୍ଭବ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କୁ ଆଧୁନିକ ମରିସସ୍ର ସ୍ଥପତି ବିବେଚନା କରାଯାଏ। ସେ ଅନେକ ଥର ସେଠାକାର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ହେଉଛନ୍ତି ସ୍ବର୍ଗତ ଅନିରୁଦ୍ଧଙ୍କ ପୁଅ। ଅନିରୁଦ୍ଧଙ୍କୁ ଗତବର୍ଷ ଭାରତ ସରକାର ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ।
Posted inଅନ୍ତର୍ଜାତୀୟ View All
ଭାରତ ସୀମାରେ ଚାଇନାର ବୁଲେଟ ଟ୍ରେନ୍
ବେଜିଂ, ୨୫।୬: ଚାଇନା ପ୍ରଥମ ଥର ପାଇଁ ତିବ୍ବତକୁ ସମ୍ପୂର୍ଣ୍ଣ ବୈଦ୍ୟୁତିକ ବୁଲେଟ ଟ୍ରେନ୍ ଚଳାଇଛି। ଏହି ଟ୍ରେନ୍ ପ୍ରାଦେଶିକ ରାଜଧାନୀ ଲାସାରୁ ଅରୁଣାଚଳକୁ ଲାଗିଥିବା...
ଭାରତୀୟ ସୀମା ନିକଟବର୍ତ୍ତୀ ତିବ୍ବତରେ ଚାଇନା ଆରମ୍ଭ କଲା ପ୍ରଥମ ବୁଲେଟ ଟ୍ରେନ୍
ବେଜିଂ,୨୫।୬: ଚାଇନାର ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ଥିବା ହିମାଳୟର ତିବ୍ବତ ଅଞ୍ଚଳରେ ଚାଇନା ପ୍ରଥମ ଇଲେକ୍ଟ୍ରୋନିକ୍ ବୁଲେଟ ଟ୍ରେନ୍ ଆରମ୍ଭ କରିଛି। ଶୁକ୍ରବାର ଏହି ଟ୍ରେନ୍...
କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଲା ନାହିଁ ଆମେରିକା
ଓ୍ବାଶିଂଟନ୍,୧୧।୬: ଆମେରିକାରେ ଜରୁରିକାଳୀନ ବ୍ୟବହାର ପାଇଁ ସ୍ବଦେଶୀ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକକୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୋଭାକ୍ସିନର ଜରୁରିକାଳୀନ...
ଜିନ୍ସ୍ ପିନ୍ଧିଲେ-ବିଦେଶୀ ଫିଲ୍ମ ଦେଖିଲେ ମିଳିବ ମୃତ୍ୟୁଦଣ୍ଡ: ସରକାର …
ପୋୟାଙ୍ଗୟାଙ୍ଗ୍,୭।୬: ଏବେ ଜିନ୍ସ୍ ପିନ୍ଧିଲେ ଏବଂ ବିଦେଶୀ ଫିଲ୍ମ ଦେଖିଲେ ଉତ୍ତର କୋରିଆ ନାଗରିକଙ୍କ ଉପରେ କଡ଼ା ଦଣ୍ଡାଦେଶ କରାଯିବ। ଏନେଇ ଏକ ଛତ୍ରବାଦୀ ଶାସକ...
୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…
କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍ ୮୮୭...
ଟୁଇଟରକୁ ବ୍ୟାନ କଲା ନାଇଜେରିଆ
ଅବୁଜ,୪।୬: ନାଇଜେରିଆରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଶୁକ୍ରବାର ବ୍ୟାନ୍ କରିଦିଆଯାଇଛି। ଦେଶର କର୍ପୋରେଟ୍ ବ୍ୟବସ୍ଥାକୁ ଦୁର୍ବଳ କରୁଥିବାରୁ ଆମେରିକୀୟ କମ୍ପାନୀ ବିରୋଧରେ କେନ୍ଦ୍ର ସରକାର...
ଲିନା ଏଫ୍ଟିସି ମୁଖ୍ୟ
ଫେସ୍ବୁକ୍, ଗୁଗଲ, ଆମାଜନ, ଆପଲ୍ ଭଳି ଟେକ୍ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍(୩୨)ଙ୍କୁ ଆମେରିକା ଫେଡେରାଲ ଟ୍ରେଡ୍ କମିଶନ(ଏଫ୍ଟିସି)ର ମୁଖ୍ୟ...
ଆୟକର ଫାଙ୍କିଛନ୍ତି ବେଜୋସ୍, ମସ୍କ
ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ...


