ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୧୯୮୪ ବ୍ୟାଚ୍ର ଏହି ଉତ୍ତରପ୍ରଦେଶ କ୍ୟାଡର ଅଫିସରଙ୍କୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟର ବ୍ୟବସ୍ଥାପିକା ବିଭାଗ ପକ୍ଷରୁ କୁହାଯାଇଛି। ୬୨ ବର୍ଷୀୟ ପାଣ୍ଡେ ନିର୍ବାଚନ କମିଶନ ପଦବୀରେ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ ରହିବେ। ସୁନୀଲ ଆରୋରୋ ଗତ ଏପ୍ରିଲ ୧୨ରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ପଦରୁ ଅବସର ନେବା ପରେ ୩ ସଦସ୍ୟ ବିଶିଷ୍ଟ ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡ଼ିଥିଲା। ଏବେ ସୁଶୀଲ ଚନ୍ଦ୍ରା ସିଇସି ରହିଥିବାବେଳେ ରାଜୀବ କୁମାର ନିର୍ବାଚନ କମିଶନର ଅଛନ୍ତି। ୧୯୫୯ ଫେବୃୟାରୀ ୧୫ରେ ଜନ୍ମିତ ପାଣ୍ଡେ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ।
କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ପରୀକ୍ଷଣ ଆରମ୍ଭ
ନୂଆଦିଲ୍ଲୀ,୬।୬: କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ପରୀକ୍ଷଣ ଆରମ୍ଭ ହୋଇଛି। ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ ସାଇନ୍ସ ଏହି କ୍ଲିନିକାଲ ଟ୍ରାଏଲ...
କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍ କଲେ ଗମ୍ଭୀର
ନୂଆଦିଲ୍ଲୀ, ୩।୬: ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...
ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ
ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...
‘କୋର୍ଟରେ ସମୟ ନଷ୍ଟ ନ କରି ମହାମାରୀର ଉପଶମ ଖୋଜ’
ନୂଆଦିଲ୍ଲୀ, ୩।୬ : ଏଲୋପାଥି ଔଷଧ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରାମଦେବଙ୍କ ବିରୋଧରେ ହାଇକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା (ପିଆଇଏଲ୍) ଦାଖଲ କରିଥିଲା...
କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ସିବଲ
ନୂଆଦିଲ୍ଲୀ,୧୩।୬: କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ସିବଲ ପୁଣି ଥରେ ତାଙ୍କ ଦଳର ବିବାଦ ଏବଂ ଦେଶର ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ବିବୃତ୍ତି...
ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ...
ଜି ୭: ଭାରତ ପାଇଁ କ’ଣ
ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...
ଘରେ ରାଶନ ପହଞ୍ଚାଇବା ଯୋଜନା ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ: କେନ୍ଦ୍ର କାହିଁକି କରୁଛି ଝଗଡ଼ା, ମୁଖ୍ୟମନ୍ତ୍ରୀ କଲେ ପ୍ରଶ୍ନ…
ନୂଆଦିଲ୍ଲୀ,୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ଘରେ ରାଶନ ପହଞ୍ଚାଇବା ଯୋଜନାକୁ କେନ୍ଦ୍ରର ଅନୁମତି ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କହିଛନ୍ତି...


