ନୂଆଦିଲ୍ଲୀ,୨୩।୬: ଚର୍ଚ୍ଚିତ ସେଲିବ୍ରିଟି କପଲ୍ମାନଙ୍କ ମଧ୍ୟରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗୋଟିଏ। ୨୦୧୭ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାପରେ ସେମାନେ ୨୦୧୯ରେ ଭୁଟାନରେ ଛୁଟି କଟାଇବାକୁ ଯାଇଥିଲେ। ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା। କୋହଲି ହଜି ଯାଇଥିବା ବେଳେ ଅନୁଷ୍କା ତାଙ୍କୁ ଖୋଜି ଖୋଜି ଥକି ଯାଇଥିଲେ। ଏହି ଘଟଣା ପାଇଁ ସେ ରାଗି ମଧ୍ୟ ଯାଇଥିଲେ।
ସମ୍ପୂର୍ଣ୍ଣ ଘଟଣାଟି ଏପରି। ଭୁଟାନରେ ବିରୁଷ୍କା ସାଇକେଲରେ ଆଖପାଖର ଦୃଶ୍ୟ ଉପଭୋଗ କରିବାକୁ ବାହାରିଥିଲେ। ପର୍ଯ୍ୟଟକଙ୍କ ଗହଳି ଯୋଗୁ ଗାଇଡ୍ ଅନୁଷ୍କାଙ୍କ ସହ ରହିଥିଲେ। ବିରାଟ ଆଗରେ ସାଇକେଲ ଚଲାଉଥିଲେ। କେହି ଜଣେ ପାଟି କରିବାରୁ ବିରାଟ ରେସ୍ରେ ଆଗକୁ ଯିବାକୁ ଭାବି ଜୋର୍ରେ ସାଇକେଲ ଚଳାଇବାକୁ ଲାଗିଥିଲେ। ଶେଷରେ ସେ ବହୁତ ଆଗକୁ ଚାଲିଯାଇଥିଲେ। ପଛରେ ରହିଯାଇଥିଲେ ଅନୁଷ୍କା। ବିରାଟଙ୍କ ପଛରେ ଆସୁଥିବା ଗାଡ଼ିର ଲୋକଙ୍କୁ ସେ ମ୍ୟାଡାମ୍ କେଉଁୟଠି ବୋଲି ପଚାରିଥିଲେ। ସେ କହିଥିଲେ ପଛରେ। ସେତେବେଳକୁ ଅନୁଷ୍କା ବିରାଟଙ୍କୁ ଖୋଜି ଥକି ଯାଇଥିଲେ।
କିଛି ସମୟ ଅପେକ୍ଷା ପରେ ଅନୁଷ୍କା ପହଞ୍ଚିଥିଲେ। କୋହଲି ତାଙ୍କୁ ଭୁଲ ମାଗି ‘ସରି’ କହିଥିଲେ। ହେଲେ ଅନୁଷ୍କା ତାଙ୍କୁ ନ ଚିହ୍ନିବା ଭଳି ବ୍ୟବହାର କରିଥିଲେ। ତାଙ୍କ ଆଡ଼କୁ ଚାହିଁବି ନ ଥିଲେ। ଏହି ଘଟଣା ବିଷୟରେ କୋହଲି ଏକ ଇନ୍ଷ୍ଟାଗ୍ରାମ ଲାଇଭ୍ ସେଶନ ସମୟରେ କହିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.