ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର ଯାତ୍ରା ସମୟରେ ବିରାଟ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଅଛନ୍ତି। ଭାମିକା ଚଳିତ ବର୍ଷ ଜାନୁୟାରୀ ୧୧ରେ ଜନ୍ମ ହୋଇଥିଲେ। ବିରାଟ ଏବଂ ଅନୁଷ୍କା ଭାରତର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । କୋହଲି ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ରେ ଇଟାଲୀର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ କରିଥିଲେ। ପରେ ଏହି ବିବାହର ଅନେକ ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏପରି ଏକ ଭିଡିଓରେ କୋହଲି ଅନୁଷ୍କାଙ୍କ ପାଇଁ ଗୀତ ଗାଉଥିବାର ଦେଖାଯାଇଥିଲା। ଏହି ଗୀତ ଶୁଣିବା ପରେ ଅନୁଷ୍କା ଶର୍ମାଙ୍କ ଆଖି ଲୁହରେ ଭରି ଯାଇଥିଲା। କୋହଲି ଅନୁଷ୍କାଙ୍କ ପାଇଁ ‘ମେରେ ମେହବୁବ କୟାମତ ହୋଗି …’ ଗୀତ ଗାଇଥିଲେ। ଏହି ସମୟରେ ଅନୁଷ୍କା ଭାବପ୍ରବଣ ହୋିଯାଇଥିଲେ।
ଅନୁଷ୍କା ଶର୍ମା ଶାହରୁଖ ଖାନଙ୍କ ସହ ‘ରବ ନେ ବନା ଡି ଯୋଡି’ (୨୦୦୮)ରେ ଡେବ୍ୟୁ କରିଥିଲେ। ସେହି ବର୍ଷ କୋହଲି ମଧ୍ୟ ଭାରତ ପାଇଁ ଡେବ୍ୟୁ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.