ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟଟିସି) ସାଇକ୍ଲରେ ସେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ମୋଟ ଉପରେ ୭୧ଟି ଉଇକେଟ ହାସଲ କରିଛନ୍ତି।
୩୪ ବର୍ଷୀୟ ଏହି ତାମିଲନାଡୁ ଅଫ୍ ସ୍ପିନର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ରେ ଏହି ସଫଳତା ପାଇଛନ୍ତି। ଡବ୍ଲ୍ୟୁଟିସି ସାଇକ୍ଲରେ ସେ ୧୪ଟି ଟେଷ୍ଟ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ଓପନର ଡେଭନ କନ୍ଓ୍ବେ ତାଙ୍କର ୭୧ତମ ଶିକାର ହୋଇଥିଲେ। ଫାଇନାଲରେ ସେ ଦୁଇଟି ଇନିଂସରେ ଦୁଇଟି ଲେଖାଏ ଉଇକେଟ ହାସଲ କରିଥିଲେ। ପ୍ରଥମ ଇନିଂସରେ ସେ ୨୮ ଓ ଦ୍ୱିତୀୟ ଇନିଂସରେ ୧୭ ରନ ବ୍ୟୟ କରିଥିଲେ। ବୁଧବାର କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଭାରତକୁ ଫାଇନାଲରେ ୮ ଉଇକେଟରେ ପରାସ୍ତ କରି ଡବ୍ଲ୍ୟୁଟିସି ପ୍ରଥମ ସଂସ୍କରଣରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଡବ୍ଲ୍ୟୁଟିସିରେ ସେ ୪ଥର ୫ ଉଇକେଟ ସଫଳତା ହାସଲ କରିଛନ୍ତି। ଗୋଟିଏ ଇନିଂସରେ ୧୪୫ ରନ ଦେଇ ୭ ଉଇକେଟ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଗୋଟିଏ ଶତକ ହାସଲ କରିବା ସହ ସେ ମୋଟ ଉପରେ ୩୨୪ ରନ ମଧ୍ୟ ସଂଗ୍ରହ କରିଛନ୍ତି।
ଏହି କ୍ରମରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କୁମିନ୍ସ ୧୪ ଟେଷ୍ଟରେ ୭୦ ଉଇକେଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୧୭ ଟେଷ୍ଟରୁ ୬୯ ଉଇକେଟ ହାସଲକରି ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ ସୌଦି ଓ ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲିୟନ ଉଭୟ ୫୬ଟି ଲେଖାଏ ଉଇକେଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ଅଶ୍ୱିନ ଟେଷ୍ଟରେ ଭାରତର ଚତୁର୍ଥ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ୨୫୦ ଓ ୩୦୦ ଉଇକେଟ ନେବାରେ ସେ ଦୁ୍ରତତମ ବୋଲର ବିବେଚିତ ହୋଇଛନ୍ତି।
ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁସନ ସର୍ବାଧିକ ରନ ସଂଗ୍ରହ କରି (୧୩ ମ୍ୟାଚ୍ରୁ ୧୬୭୫ ରନ ) ବ୍ୟାଟିଂ ତାଲିକାର ଶୀର୍ଷରେ ରହିଛନ୍ତି। ଭାରତର ଅଜିଙ୍କ୍ୟ ରାହାନେ ୧୮ ମ୍ୟାଚ୍ରୁ ୧୧୭୪ ରନ ସଂଗ୍ରହ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍ (୨୦ ମ୍ୟାଚ୍ ୧୬୬୦ ରନ), ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ (୧୩ ମ୍ୟାଚ୍ ୧୩୪୧ ରନ) ଓ ଇଂଲଣ୍ଡର ବେନ୍ ଷ୍ଟୋକ୍ସ (୧୭ ମ୍ୟାଚ୍ ୧୩୩୪ ରନ) ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.