ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି। ଆଉ ଭାରତୀୟ ଅଧିକାରୀଙ୍କୁ ଖୋଲାଖୋଲି ସାକ୍ଷାତ୍କାର ପାଇଁ ଆମନ୍ତ୍ରଣ କରିଛନ୍ତି।
”ମୋତେ ପଚରାଉଚୁରା କରିବା ପାଇଁ ଭାରତୀୟ ଅଧିକାରୀଙ୍କୁ ଆମନ୍ତ୍ରଣ ଦେଉଛି। ମୋ ବିରୋଧରେ ଚାଲିଥିବା ତଦନ୍ତ ସମ୍ପର୍କରେ ସେମାନେ ଯେ କୌଣସି ପ୍ରଶ୍ନ ପଚାରିପାରିବେ। ମୁଁ ଉତ୍ତର ଦେବି। ମୁଁ ଭାରତରେ କୌଣସି ଆଇନ ଭାଙ୍ଗି ନାହିଁ। ଚିକିତ୍ସା ପାଇଁ ଭାରତ ଛାଡ଼ି ଆମେରିକା ଯିବା ପୂର୍ବରୁ ମୋ ବିରୋଧରେ ଭାରତରେ ଓ୍ବାରେଣ୍ଟ ଜାରି କରାଯାଇ ନ ଥିଲା“ ବୋଲି ୬୨ ବର୍ଷୀୟ ପଳାତକ ବ୍ୟବସାୟୀ ଡୋମିନିକାର ହାଇ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।
ଚୋକ୍ସି ୨୦୧୮ ଜାନୁୟାରୀରେ ଭାରତ ଛାଡ଼ି ଆଣ୍ଟିଗୁଆ ଚାଲି ଯାଇଥିଲେ। ଏହାର କିଛି ଦିନ ପରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ତାଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର, ଠକେଇ, ଅସାଧୁତା, ଦୁର୍ନୀତି ଓ ବେଆଇନ ଅର୍ଥ ହେରଫେର ଭଳି ମାମଲା ରୁଜୁ କରାଯାଇଛି। ଏ ସବୁ ମାମଲର ତଦନ୍ତ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥା କରୁଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.