ନିଆମି(ନାଇଜର),୬।୬: ବୁର୍କିନା ଫାସୋର ଏକ ଗ୍ରାମରେ କେତେଜଣ ବନ୍ଧୁକଧାରୀଙ୍କ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଗତ କିଛି ବର୍ଷ ମଧ୍ୟରେ ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କୁହାଯାଉଛି। ସାହେଲ ୟାଘା ପ୍ରଦେଶର ସୋଲ୍ହାନ ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିଲା। ଏଥିପାଇଁ ଜିହାଦୀମାନଙ୍କୁ ଦାୟୀ କରାଯାଇଛି। ନାଇଜର ସୀମାରେ ହୋଇଥିବା ଏହି ଆକ୍ରମଣରେ ଅନେକ ଘର ଓ ସ୍ଥାନୀୟ ବଜାର ଜଳିଯାଇଛି। ଏଭଳି ଆକ୍ରମଣକୁ ବର୍ବରତା ବୋଲି କହିଛନ୍ତି ବୁର୍କିନା ଫାସୋ ରାଷ୍ଟ୍ରପତି ରୋଚ୍ ମାର୍କ କ୍ରିଷ୍ଟିଆନ୍ କାବୋରେ। ଅଲ୍-କାଏଦା ଏବଂ ଇସ୍ଲାମିକ୍ ଷ୍ଟେଟ୍ ସଂଗଠନ ସହ ସମ୍ପୃକ୍ତ ଥିବା ଜିହାଦୀମାନେ ଉକ୍ତ ଦେଶକୁ ଗତ ୫ ବର୍ଷ ହେଲା ସେମାନଙ୍କ ନିୟନ୍ତ୍ରଣରେ ରଖିଛନ୍ତି। ଆତଙ୍କବାଦୀ ସଂଗଠନଗୁଡ଼ିକ ବୁର୍କିନା ଫାସୋରେ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି। ସାହେଲରେ ୫,୦୦୦ରୁ ଊର୍ଦ୍ଧ୍ୱ ଫ୍ରାନ୍ସ ସୈନ୍ୟଙ୍କ ଉପସ୍ଥିତି ସତ୍ତ୍ୱେ ଜିହାଦୀମାନଙ୍କ ହିଂସା ବଢ଼ିଚାଲିଛି। ଗତ ଏପ୍ରିଲରେ ଦୁଇଜଣ ସ୍ପେନ୍ ଖବରଦାତା ଏବଂ ଜଣେ ଆୟର୍ଲାଣ୍ଡର ସଂରକ୍ଷଣବାଦୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରାଯାଇଥିଲା। ଦେଶରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଅନେକ ଲୋକ ଭୟଭୀତ ହୋଇ ଅନ୍ୟ ପ୍ରଦେଶକୁ ପଳାଇଯାଉଛନ୍ତି। ସରକାର ୭୨ ଘଣ୍ଟା ଶୋକ ପାଳନ ଲାଗି ଘୋଷଣା କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.