ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ ଖାରଜ କରିବା ସହ ଅଭିନେତ୍ରୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। କେବଳ ଶସ୍ତା ଲୋକପ୍ରିୟତା ପାଇଁ ଏଭଳି ଆବେଦନ କରାଯାଇଛି। ଆବେଦନ ପଛରେ କୌଣସି ବିଜ୍ଞାନ ଭିତ୍ତିକ ତଥ୍ୟ ନାହିଁ ବୋଲି କୋର୍ଟ କହିଛନ୍ତି।
କୋର୍ଟରେ ଏହି ଆବେଦନର ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯାଇଥିଲା। ଏହାର ଲିଙ୍କ୍ ସୋଶିଆଲ ମିଡିଆରେ ଶେୟାର କରିଥିଲେ ଜୁହି। ଏହି କାରଣରୁ ଶୁଣାଣି ୩ ଥର ବାଧାପ୍ରାପ୍ତ ହୋଇଥିଲା। ଏ ନେଇ କୋର୍ଟ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।
ଜୁହି ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ୫ଜି ନେଟୱର୍କରୁ ବାହାରୁଥିବା ବିକିରଣ ସ୍ବାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ। ଏହା ବର୍ତ୍ତମାନ ଓ ଭବିଷ୍ୟତ ପୀଢ଼ିକୁ ସଙ୍କଟରେ ପକାଇପାରେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.