ନୂଆଦିଲ୍ଲୀ, ୧।୬
ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ ଅଧିକାରୀ ଦଳ ସୋମବାର ଦୁବାଇରେ ପହଞ୍ଚତ୍ଥିବା ଜଣାଯାଇଛି। ବିଧିବଦ୍ଧଭାବେ ଘୋଷଣା କରାଯାଇ ନ ଥିଲେ ହେଁ ଆଗାମୀ ଆଇପିଏଲ୍ରେ ଦର୍ଶକଙ୍କୁ ଅନୁମତି ମିଳିବା ସମ୍ଭାବନା ରହିଛି। କୌଣସି ସ୍ପୋର୍ଟିଂ ଇଭେଣ୍ଟରେ ଦର୍ଶକଙ୍କୁ ଅନୁମତି ସମ୍ପର୍କିତ ୟୁଏଇ ସରକାରଙ୍କ ପଲିସି ଅନୁସାରେ ସମ୍ପୂର୍ଣ୍ଣ ଟିକା ନେଇ ସାରିଥିବା କ୍ରିକେଟପ୍ରେମୀ ଷ୍ଟାଡିୟମରେ ଆଇପିଏଲ୍ ଦେଖିବା ସୁଯୋଗ ପାଇପାରନ୍ତି। ୟୁଏଇ ଜନସଂଖ୍ୟାର ଅଧିକାଂଶ ଭାଗ ଟିକା ନେଇ ସାରିଛନ୍ତି। ସ୍ଥାନୀୟ ସରକାରଙ୍କ ଏପରି ନିୟମ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିମ୍ବା ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ପାଇଁ ଦର୍ଶକଙ୍କୁ ନେଇ ଚିନ୍ତା କରିବାର ନାହିଁ। ଟିକା ନେଇ ସାରିଥିବା ବ୍ୟକ୍ତିଙ୍କୁ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ପାଇଁ ଅନୁମତି ମିଳିବ।
ୟୁଏଇ ସରକାର ଏବଂ ଇସିବି ସହିତ ଫ୍ରାଞ୍ଚାଇଜ୍ ସମ୍ପର୍କିତ ଆଲୋଚନା ପାଇଁ ବିସିସିଆଇ ସମ୍ପାଦକ ଜୟ ଶାହା, କୋଷାଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଉପସଭାପତି ରାଜୀବ ଶୁକ୍ଳା ଏବଂ ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ ଦୁବାଇ ଯାଇଛନ୍ତି। ଭାରତୀୟଙ୍କ ପାଇଁ ୟୁଏଇ ସରକାରଙ୍କ ଭ୍ରମଣ କଟକଣା ଯୋଗୁ ବିସିସିଆଇ ପ୍ରତିନିଧି ଦଳକୁ ସ୍ବତନ୍ତ୍ର ଅନୁମତିର ଆବଶ୍ୟକତା ପଡ଼ିଥିଲା। ଇସିବି ଅଫିସିଆଲମାନେ ୟୁଏଇ ସରକାରଙ୍କ ସହ ଆଲୋଚନା କରି ଏପରି ବନ୍ଦୋବସ୍ତ କରିଥିବା ଜଣାଯାଇଛି। ସେଠାରେ ବିସିସିଆଇ ପ୍ରତିନିଧିମାନେ ଲିଗ୍ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନକୁ ନେଇ ବିଭିନ୍ନ ଯୁକ୍ତିଯୁକ୍ତ ଏବଂ ପରିଚାଳନାଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ପ୍ରତିଯୋଗିତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୦ ମଧ୍ୟରେ ଆୟୋଜନ ହେବା ଆଶା କରାଯାଉଛି। ଗତବର୍ଷ ସମ୍ପୂର୍ଣ୍ଣ ଆଇପିଏଲ୍ ଆୟୋଜନ ଅଭିଜ୍ଞତା ରଖିଥିବାରୁ ଇସିବି ପାଇଁ ୩୧ ମ୍ୟାଚ ଆୟୋଜନ ବିଶେଷ କଷ୍ଟକର ହେବନାହିଁ। ପାଖାପାଖି ୧୦୦ ଦିନ ବାକିଥିବାରୁ ଲିଗ୍ ଆୟୋଜନ ବ୍ୟବସ୍ଥା କରିବା ମଧ୍ୟ ସହଜ ହେବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.