ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଥିବା ପ୍ରାୟ ୧୨ ଜଣ ଶ୍ରମିକ ଗୁରୁତର ହୋଇଥିବା ଜଣାପଡ଼ିଛି l ମୃତ ବ୍ୟକ୍ତି ଜଣକ ହେଲେ ସୁନ୍ଦରଗଡ଼ ଜିଲାର ରାଣୀ ବେର୍ନା ଗ୍ରାମର ସୁରସେନ।
ସୂଚନାଯୋଗ୍ୟ, ବଲାଙ୍ଗୀର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାର ଶ୍ରମିକମାନେ ଏକ ଘରୋଇ କମ୍ପାନୀ କାମରେ ନିୟୋଜିତ ଥିଲେ l ଗଜପତି ଜିଲା ରାୟଗଡ଼ ବ୍ଲକର ବୁରୁଖତ ଓ କଇଁପୁର ଆଦି ବିଭିନ୍ନ ଅଞ୍ଚଳରେ ପ୍ରାୟ ଏକ ମାସ ଧରି କାମ କରିଆସୁଥିଲେ। କାମ ସାରି ସେମାନେ ବୁଧବାର ନିଜ ଘରକୁ ଯିବା ପାଇଁ ଏକ ଡାଲା ଅଟୋ ଓଡି ୦୭ ଏଜି ୨୫୧୫ରେ ରାମଗିରି ଠାରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ବେଳେ ରାଶିବାଡ଼ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉକ୍ତ ଗାଡ଼ିର ଡ୍ରାଇଭର ଫେରାର୍ ଥିବା ବେଳେ ଘଟଣାସ୍ଥଳରେ ରାୟଗଡ଼ ଥାନାଧିକାରୀ ଗୋବିନ୍ଦ ଗୌଡ଼ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.