ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ ଜରିଆରେ ୫ ଜଣ ମହିଳାଙ୍କୁ ବିବାହ କରିବା ପରେ ବି ମନ ସନ୍ତୁଷ୍ଟ ହେଲା ନାହିଁ ୬ଷ୍ଠ ତମ ବିବାହ କରିବାକୁ ଯାଉଥିଲେ। ଠିକ୍ ଏହି ସମୟରେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଏହା ପରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିଛି।
ପୋଲିସ ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ, ଏହି ବାବା ମ୍ୟାରେଜ ଡଟ୍ କମ୍ ଜରିଆରେ ଯୁବତୀମାନଙ୍କ ସହ ଚାଟିଂ କରୁଥିଲେ। ପ୍ରତ୍ୟେକ ଯୁବତୀଙ୍କୁ ଅଲଗା ଅଲଗା କଥା କହୁଥିଲେ। କାହାକୁ ଶିକ୍ଷକ ଥିବା କହୁଥିଲେ ତ ଆଉ କାହାକୁ ବ୍ୟବସାୟୀ କହୁଥିଲେ। ଯୁବତୀମାନଙ୍କୁ ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଉଥିଲେ। କିଛି ଯୁବତୀ ଏହି ବାବାଙ୍କଠାରୁ ଧୋକା ମଧ୍ୟ ଖାଇଛନ୍ତି।
ପୋଲିସ ସୂଚନାନୁଯାୟୀ, ଏହି ଭଣ୍ଡ ବାବାଙ୍କ ବିଷୟରେ ଜଣାପଡ଼ିଲା ଯେତେବେଳେ ୫ମ ସ୍ତ୍ରୀ ତାଙ୍କ ନାମରେ ଅଭିଯୋଗ କରିଥିଲେ। ଏହି କଥିତ ବାବା ଜଣକ ଶାହାଜାହାଁପୁରରେ ମା’ କାମାକ୍ଷା ବଜାରରେ ବାବା କଲ୍ୟାଣ ନାମକ ଏକ ସେବା ଟ୍ରଷ୍ଟ ଗଢ଼ିଛନ୍ତି। ଯାହା ମାଧ୍ୟମରେ ମହିଳାମାନଙ୍କୁ ଫସାଉଥିଲେ। ୫ମ ସ୍ତ୍ରୀ ଏ ବିଷୟରେ ଜାଣି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଭିତ୍ତି କରି ଭଣ୍ଡ ବାବାଙ୍କୁ ଗିରଫ କରିଛି। ଖାଲି ଏତିକି ନୁହେଁ ୨୦୧୬ରେ ଏହି ଭଣ୍ଡ ବାବାଙ୍କ ନାମରେ ଏକ ବଳାତ୍କାର ମାମଲା ମଧ୍ୟ ରହିଛି।
ଏହି ଭଣ୍ଡ ବାବାଙ୍କ ଅସଲି ନାମ ଅନୁଜ ଚେତନ କଠେରିଆ। ସେ ଉତ୍ତରପ୍ରଦେଶର ଶାହାଜାହଁାପୁରରେ ରୁହନ୍ତି। ପ୍ରଥମରୁ ୪ଟି ବିବାହ କରିଥିବା କଥା ସେ ଲୁଚାଇ ୫ ଥର ପାଇଁ ବାହା ହୋଇଥିଲେ। ତେବେ ୬ଷ୍ଠ ଥର ବିବାହ କରିବାକୁ ଯିବା ବେଳେ ୫ମ ସ୍ତ୍ରୀ ଏ ବିଷୟରେ ଜାଣି ଥାନାରେ ମାମଲା ଦାୟର କରିଥିଲେ। ପୋଲିସ ଘଟଣାର ଯାଞ୍ଚ କରିବାରୁ ସମସ୍ତ ଗୂଢ଼ ରହସ୍ୟ ଜଣାପଡ଼ିଥିଲା। ତେବେ ପୋଲିସ ଏହି ଭଣ୍ଡ ବାବାଙ୍କୁ ଗିରଫ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.