Categories: ଖେଳ

କ୍ରିକେଟର ‘ବଲ ଅଫ ଦି ସେଞ୍ଚୁରୀ’: ଜାଣନ୍ତୁ କେଉଁ ବୋଲର୍‌ ପକାଇଥିଲେ

ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସଚିନ ୱାର୍ନ ୧୪ ବର୍ଷ ପୂର୍ବେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। କିନ୍ତୁ ଆଜି ମଧ୍ୟ ତାଙ୍କର ‘ବଲ ଅଫ ଦି ସେଞ୍ଚୁରୀ’ ବିଷୟରେ ଚର୍ଚ୍ଚା ହେଉଛି। ଟେଷ୍ଟ କ୍ରିକେଟରେ ୭୦୦ରୁ ଅଧିକ ଉଇକେଟ ନେଇଥିବା ଓ୍ବାର୍ନ ଏକମାତ୍ର ଲେଗ ସ୍ପିନର। ୨୮ ବର୍ଷ ପୂର୍ବେ ଆଜି, ମଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଆଶେସ ସିରିଜର ଏକ ଟେଷ୍ଟ ମ୍ୟାଚରେ ଓ୍ବାର୍ନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାଇକ ଗାଟିଙ୍ଗଙ୍କୁ ବୋଲ୍ଡ୍ଡ କରିଥିଲେ। ୯୦ ଡିଗ୍ରୀ ଟର୍ନ ନେଇ ଏହି ବଲ ଗାଟିଙ୍ଗଙ୍କ ଅଫ ଷ୍ଟମ୍ପକୁ ଉପାଡି ଦେଇଥିଲା।
ଇଂଲଣ୍ଡ ଗସ୍ତରେ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୮୯ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଓପନର୍‌ ଗ୍ରାହାମ ଗୁଚ ଏବଂ ମାଇକ ଆର୍ଥନ ଇଂଲଣ୍ଡ ପକ୍ଷରୁ ପ୍ରଥମ ଉଇକେଟ ପାଇଁ ୭୧ ରନ ଯୋଡିଥିଲେ। ପରେ ଆର୍ଥନ ଆଉଟ ହୋଇଥିଲେ। ତାଙ୍କ ପରେ ମାଇକ ଗାଟିଙ୍ଗ ବ୍ୟାଟିଂ କରିବାକୁ ଆସିଥିଲେ। ଅଷ୍ଟ୍ରେଲୀୟ ଅଧିନାୟକ ଆଲାନ ବର୍ଡର ବଲ ଓ୍ବାନର୍ର୍ଙ୍କୁ ଦେଇଥିଲେ। ମ୍ୟାଚରେ ଓ୍ବାର୍ନଙ୍କ ଏହା ପ୍ରଥମ ଓଭର ଥିଲା। ଗାଟିଙ୍ଗ ୪ ରନ୍‌ରେ ଖେଳୁଥିଲା। ଓ୍ବାର୍ନ ଏକ ଫ୍ଲାଇଟେଡ୍‌ ବଲ ବୋଲିଂ କରିଥିଲେ। ଯାହା ଲେଗ୍‌ ଷ୍ଟମ୍ପ ବାହାରେ ପଡିଗଲା। ସମସ୍ତେ ଭାବୁଥିଲେ ଯେ, ବଲ ଲେଗ୍‌ ଷ୍ଟମ୍ପ ବାହାରେ ଚାଲିଯିବ । କିନ୍ତୁ ଯାହା ଘଟିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବଲ ଗାଟିଙ୍ଗଙ୍କ ଅଫ ଷ୍ଟମ୍ପରେ ବାଜିଥିଲା। ପରେ ଏହି ବଲ୍‌କୁୁ ଶତାବ୍ଦୀର ସର୍ବଶ୍ରେଷ୍ଠ ବଲ ଆଖ୍ୟା ଦିଆଯାଇଥିଲ। ଗେଟିଂ ସେଠାରେ କିଛି ସମୟ ଛିଡା ହେଲା। କ’ଣ ଘଟିଛି ୱାର୍ନ ମଧ୍ୟ କିଛି ବୁଝିପାରି ନଥିଲେ। କିନ୍ତୁ, ସେତେବେଳକୁ ୱାର୍ଣ୍ଣ ଇତିହାସ ସୃଷ୍ଟି କରି ସାରିଥିଲେ। ୱାର୍ନ କହିଥିଲେ ଯେ ସେ କେବେ ଭାବି ନଥିଲେ ଯେ ସେ ମଧ୍ୟ ଏପରି ବଲ ଫିଙ୍ଗି ପାରିବେ। ୱାର୍ନ ମଧ୍ୟ ‘ବଲ ଅଫ ଦି ସେଞ୍ଚୁରୀ’କୁ ତାଙ୍କ ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.