ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି କାରଣରୁ ଆସନ୍ତା ୩ ମ୍ୟାଚରୁ ବାସନ୍ଦ ହୋଇଛନ୍ତି ଆଇସିସି ଦିନିକିଆ କ୍ରିକେଟର ଶୀର୍ଷ ର଼୍ୟାଙ୍କଧାରୀ ଅଲରାଉଣ୍ଡର। ଏଥି ସହ ତାଙ୍କ ଉପରେ ୫ ଲକ୍ଷ ଟାକାର ଜରିମାନା ଲଗାଯାଇଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୪.୩୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ।
ଚଳିତ ବଙ୍ଗବନ୍ଧୁ ଢାକା ପ୍ରିମିୟର ଡିଭିଜନ ଟି୨୦ ଟୁର୍ନାମେଣ୍ଟରେ ଶୁକ୍ରବାର ଖେଳାଯାଇଥିବା ଆବାହାନୀ ଲିମିଟେଡ୍ ବିପକ୍ଷ ମ୍ୟାଚ୍ରେ ମହମ୍ମେଦାନ ସ୍ପୋର୍ଟିଂ କ୍ଲବର ନେତୃତ୍ୱ ନେଇଥିଲେ ୩୪ ବର୍ଷୀୟ ଶାକିବ। ସେ ବୋଲିଂ କରୁଥିବାବେଳେ ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ, ଯାହାକୁ ନାକଚ କରି ଦେଇଥିଲେ ଅମ୍ପାୟର। ଉତ୍ତ୍ୟକ୍ତ ହୋଇ ଉଇକେଟକୁ ଗୋଇଠା ମାରିବା ସହ ଅମ୍ପାୟରଙ୍କ ଗାଳି ଗୁଲଜ କରିଥିଲେ। ଏହାପରେ ବର୍ଷା କାରଣରୁ ମ୍ୟାଚ୍କୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅମ୍ପାୟର। ଏଥିରେ ଆପତ୍ତି ଉଠାଇ ଉଇକେଟ ଓପାଡ଼ି ଫଲ୍ଡରେ କଚାଡ଼ି ଦେଇଥିଲେ ଶାକିବ। ଅବଶ୍ୟ ପରେ ସୋସିଆଲ ମିଡିଆ ଜରିଆରେ କ୍ଷମାପ୍ରାର୍ଥନା କରିଥିଲେ ବାଂଲାଦେଶର ପୂର୍ବତନ ଅଧିନାୟକ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.