ନୂଆଦିଲ୍ଲୀ,୩।୬: ସମ୍ପ୍ରତି ଏକ ମିଛ ହ୍ବାଟସ୍ଆପ୍ ମେସେଜ୍ ମୋବାଇଲ୍ ୟୁଜରଙ୍କ ପାଖକୁ ଅସୁଛି। ଭାରତ ସରକାର ୧୦ କୋଟି ମୋବାଇଲ ୟୁଜରଙ୍କୁ ୩ ମାସର ମାଗଣା ଇଣ୍ଟରନେଟ୍ ଫ୍ରି ଦେଉଥିବା ନେଇ ସେମେଜ୍ରେ ଉଲ୍ଲେଖ କରାଯାଉଛି। ଏହା ସହିତ ଏକ ଲିଙ୍କ୍କୁ କ୍ଲିକ୍ କରିବାକୁ ୟୁଜରଙ୍କୁ କୁହାଯାଉଛି। ଏଥିରେ କ୍ଲିକ୍ କରିବା ପରେ ପ୍ଲାନ୍ ଚୟନ କରିବାକୁ କୁହାଯାଉଛି। ,ହାପରେ ୧୦ ଜଣ ୟୁଜରଙ୍କୁ ଏହା ଶେୟାର କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ମଧ୍ୟ ସାମିଲ କରାଯାଇଛି। ତେବେ ଏହାର ତଦନ୍ତ କରି ପିଆଇବି ପକ୍ଷରୁ କୁହାଯାଇଛି ଯେ, ଏହା ଏକ ମିଥ୍ୟା ମେସେଜ୍ ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଯୋଜନା ସମ୍ପର୍କରେ ଘୋଷଣା କରାଯାଇ ନାହିଁ। ଏହି ମେସେଜ୍ ପ୍ରତି ସାବଧାନ ରହିବାକୁ ପିଆଇବି କହିଛି। ଲିଙ୍କ୍ ମାଧ୍ୟମରେ ମୋବାଇଲରେ ସଫ୍ଟଓ୍ବେର ଭାଇରସ୍ ପ୍ରବେଶ କରିବା ସହିତ ଡାଟା ଚୋରୀ ହେବାର ଆଶଙ୍କା ରହିଥିବା ପିଆଇବି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.