ପରୀ ପରେ ବେବିନାଙ୍କୁ ହତ୍ୟା

ନୟାଗଡ଼ ଅଫିସ/ଦଶପଲ୍ଲା, ୧୭ା୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ନୂଆଗଁା ପଞ୍ଚାୟତ ଧୁନ୍ଦୁଗାଡିଆ ଗଁାର ୫ ବର୍ଷୀୟା ଶିଶୁକନ୍ୟା ବେବିନା ନାୟକଙ୍କୁ ହତ୍ୟା କରାଯାଇଛି। ବେବିନାଙ୍କ ହତ୍ୟା ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି। ଏହି ଘଟଣାରେ ପୋଲିସ ସାଗର ଦଳେଇ(୨୦) ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ା ତାଙ୍କ ସୂଚନା ଅନୁଯାୟୀ, ବୁଧବାର ବେବିନାଙ୍କ ମୃତଦେହ ବୁଦା ଭିତରୁ ଜବତ କରାଯାଇଛି ା ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ସ୍ଥାନରୁ ମିଳିଛି। ବେବିନାଙ୍କୁ ବଳାତ୍କାର କରାଯାଇଥିବା ସନ୍ଦେହ କରାଯାଉଛି। ନିଖୋଜର ୪ ଦିନ ପରେ ପୋଲିସ ବେବିନାଙ୍କ ମୃତଦେହ ଜବତ କରିବା ପରେ ନୂଆଗାଁ ପଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ବେବିନା ଗଁା ଦାଣ୍ଡରେ ଖେଳୁଥିବାବେଳେ ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ପରିବାର ପକ୍ଷରୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନ ଥିଲା । ୧୩ ତାରିଖରେ ବାଣିଗୋଛା ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ୪ ଦିନ ଧରି ସର୍ଚ୍ଚ ଅପରେଶନ ଜାରି ରହିଥିଲା। ତେବେ ବେବିନା ସମ୍ପର୍କରେ ପୋଲିସ କିଛି ସୂଚନା ପାଉ ନ ଥିଲା। ଏଭଳିସ୍ଥଳେ କୌଣସି ସୂତ୍ରରୁ ଗଁାର ସାଗର ଦଳେଇ ଉପରେ ପୋଲିସର ସନ୍ଦେହ ହୋଇଥିଲା। ପୋଲିସ ସାଗରଙ୍କୁ ଅଟକ ରଖି ମଙ୍ଗଳବାରଠାରୁ ପଚରାଉଚୁରା କରୁଥିଲା। ବୁଧବାର କନ୍ଧମାଳରୁ ସନ୍ଧାନୀ କୁକୁର ଆସି ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ମଧ୍ୟ କିଛି ନ ପାଇ ଫେରିଥିଲା। ନୟାଗଡ଼ ଏସ୍‌ପି ଓ ଏସ୍‌ଡିପିଓ ବେବିନାଙ୍କ ଗଁାକୁ ଯାଇ ତଦନ୍ତ କରିଥିଲେ। ବାରମ୍ବାର ଜେରା ପରେ ବୁଧବାର ପୋଲିସ ନିକଟରେ ସାଗର ମୁହଁ ଖୋଲିଥିଲେ। ବେବିନାଙ୍କୁ ହତ୍ୟା କରିଥିବା ସେ ସ୍ବୀକାର କରିଥିଲେ । ବୁଦା ଭିତରେ ମୃତଦେହ ଫୋପାଡ଼ିଥିବା କହିଥିଲେ। ଏନେଇ ବାଣିଗୋଛା ଥାନା ଆଇଆଇସି ବୈଦ୍ୟନାଥ ଭୋଇ କୁହନ୍ତି, ହତ୍ୟାକାରୀ ସାଗରଙ୍କ ସୂଚନା ଅନୁସାରେ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ଜବତ ହୋଇଛି। ସେ ଶିଶୁକନ୍ୟାଙ୍କୁ କାହିଁକି ହତ୍ୟା କଲେ, ବଳାକତ୍ାର ହୋଇଛି କି ନାହିଁ ସେ ନେଇ ସାଗର କିଛି କହିନାହାନ୍ତି। ହତ୍ୟା କରିବା ପରେ ସେ ମୃତଦେହ ଫୋପାଡ଼ି ଦେଇଥିବା କହୁଛନ୍ତି। ପୁଣି କେଉଁଥିରେ ମୁଣ୍ଡ ଗଣ୍ଡି ଅଲଗା କରାଯାଇଛି ସେ ସଂକ୍ରାନ୍ତରେ ଅଭିଯୁକ୍ତ କୌଣସି ସୂଚନା ଦେଇନାହାନ୍ତି। ତଦନ୍ତ ଚାଲୁ ରହିଛି । ପୋଲିସ ଏକ ମାମଲା (ନଂ.୨୯/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.