ବିଭିନ୍ନ ପ୍ରକାରର ବ୍ୟୁଟି ଟ୍ରିଟ୍ମେଣ୍ଟ କରିବା ନିମନ୍ତେ ମହିଳାମାନେ ବ୍ୟୁଟି ପାର୍ଲର ଯାଇଥାନ୍ତି। କିନ୍ତୁ ବେଳେବେଳେ ବ୍ୟୁଟିସିଆନମାନଙ୍କ ଖାମଖିଆଲ ଗୁଣ ପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ବ୍ୟୁଟି ପାର୍ଲର ଯିବା ପୂର୍ବରୁ ସତର୍କ ରୁହନ୍ତୁ…
ସବୁବେଳେ ନିଜ ବଜେଟ ଅନୁସାରେ ହିଁ ବ୍ୟୁଟି ପାର୍ଲର ବାଛନ୍ତୁ। କିନ୍ତୁ ପାର୍ଲରର ହାଇଜିନ୍ ନେଇ ଆଦୌ ବୁଝାମଣା କରନ୍ତୁ ନାହିଁ, ନଚେତ୍ ସଂକ୍ରମଣ ହୋଇପାରେ।
ପାର୍ଲରରେ ପ୍ରଥମେ ବ୍ୟୁଟିସିଆନଜଣକ ନିଜେ ପରିଷ୍କାର ହୋଇଛନ୍ତି କି ନାହିଁ ଦେଖନ୍ତୁ। ସେ ନିଜେ ଅପରିଷ୍କାର ହୋଇଥିଲେ ତାଙ୍କ ପାଖରେ କୌଣସି ପ୍ରକାରର ଟ୍ରିଟମେଣ୍ଟ କରାନ୍ତୁ ନାହିଁ।
ଫେସିଆଲ କରାଇବା ପୂର୍ବରୁ ବୁଟିସିଆନଙ୍କୁ ସାବୁନରେ ହାତ ଧୋଇବା ପାଇଁ କୁହନ୍ତୁ।
ମେନିକିଓର କିମ୍ବା ପେଡିକିଓର କରାଉଥିଲେ ପାଦ ବୁଡାଇବା ନିମନ୍ତେ ପ୍ରସ୍ତୁତ ପାଣିକୁ ଆପଣଙ୍କ ସାମ୍ନାରେ କରିବା ପାଇଁ କୁହନ୍ତୁ। ଆଗରୁ ପ୍ରସ୍ତୁତ ହୋଇଥିବା ପାଣିକୁ ଆଦୌ ବ୍ୟବହାର କରନ୍ତୁ ନାହିଁ।
ସେହିପରି ୱାକ୍ସିଂ କରାଉଥିଲେ ସବୁବେଳେ ନୂଆ ଛୁରି ଏବଂ ନୂଆ କ୍ରିମ୍ ତିଆରି କରିବା ପାଇଁ କୁହନ୍ତୁ। କାହିଁକି ନା ଅନେକ ସମୟରେ ଲାଭ ପାଇଁ ପାର୍ଲରରେ ସେହି ଗୋଟିଏ ପାତ୍ରରେ ପୂର୍ବରୁ ଛୁରି ବୁଡାଇ ରଖିଥାନ୍ତି, ଯାହାକି ଇନଫେକସନ୍ ସୃଷ୍ଟି କରିଥାଏ।
ପାର୍ଲରରେ ଥିବା ଟାୱେଲକୁ ବାରମ୍ବାର ଧୋଇ ସମସ୍ତଙ୍କ ପାଇଁ ବ୍ୟବହାର କରାଯାଏ। ତେଣୁ ଆପଣ ଡିସପୋଜେବଲ୍ ଟିସୁ ବ୍ୟବହାର କରିବା ଉପରେ ଅଧିକ ଜୋର ଦିଅନ୍ତୁ।
ଯଦି କୌଣସି ଛୋଟ ପାର୍ଲରକୁ ନିଜ ବଜେଟ୍ ହିସାବରେ ଯାଉଛନ୍ତି, ତେବେ ସେଠାକୁ ନିଜର ଟାୱେଲ ଓ ଗାଉନ୍ ସାଙ୍ଗରେ ନେଇ ଯାଆନ୍ତୁ।
ଟାଟୁ ତିଆରି କରିବା ସମୟରେ ଖୁବ୍ ସାବଧାନ ରୁହନ୍ତୁ। ସବୁବେଳେ ଡିସପୋଜେବଲ ସିରିଞ୍ଚ ବ୍ୟବହାର କରନ୍ତୁ, ନଚେତ୍ ତାହା ବହୁତ କ୍ଷତିକାରକ ହୋଇପାରେ।
ନିଜ ତ୍ୱଚାର ପ୍ରକାର ଅନୁସାରେ ଭଲ ବ୍ରାଣ୍ଡର କସମେଟିକ୍ ପ୍ରଡକ୍ଟ ବ୍ୟବହାର କରନ୍ତୁ। ବିଭିନ୍ନ ପ୍ରକାର ବ୍ରାଣ୍ଡର ପ୍ରଡକ୍ଟକୁ ତ୍ୱଚାରେ ପରୀକ୍ଷା କରନ୍ତୁ ନାହିଁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.