କୋଲକାତା,୬ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ଏତେ ଶୀଘ୍ର ଥମିବାର ଆଶା ଦିଶୁନାହିଁ। କାରଣ କୋଭିଡ୍-୧୯ ଭାକ୍ସିନ ପ୍ରମାଣପତ୍ରରେ ପୂର୍ବରୁ ଥିବା ମୋଦିଙ୍କ ଫଟୋକୁ ହଟାଇ ମମତା ନିଜ ଫଟୋ ଛାପିଛନ୍ତି। ଡୋଜ୍ ନେବା ପରେ ହିତାଧିକାରୀଙ୍କୁ ମିଳିବାକୁ ଥିବା ସାର୍ଟିଫିକେଟରେ ମମତାଙ୍କ ଫଟୋ ଦେଖି ଭାଜପା କହିଛି, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେବା ଜାଣିନାହାନ୍ତି। ତୃଣମୂଳ କଂଗ୍ରେସର ଯୁକ୍ତି ହେଉଛି କେବଳ ୧୮-୪୪ ବର୍ଷୀୟ ବ୍ୟକ୍ତିଙ୍କୁ ଦିଆଯିବାକୁ ଥିବା ଟିକା ପ୍ରମାଣପତ୍ରରେ ମମତାଙ୍କ ଫଟୋ ରହିବ। ଏହି ଟିକା ପଶ୍ଚିମବଙ୍ଗ ସରକାର ନିଜସ୍ବ ପାଣ୍ଠିରୁ କିଣୁଛନ୍ତି।
ଗରିବଙ୍କୁ ରାଶନ କାର୍ଡ ଦିଅ
ନୂଆଦିଲ୍ଲୀ, ୪।୬(ପି.ଟି.): ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନକୁ ଆଣିବା ଲାଗି କେନ୍ଦ୍ର ସରକାର...
କମୁନି ଲୋକପ୍ରିୟତା: ୧୩ଟି ଦେଶର ମୁଖ୍ୟଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ପସନ୍ଦର ନେତା ହେଲେ ମୋଦି
ନୂଆଦିଲ୍ଲୀ,୧୮।୬: କରୋନା କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି। ଆମେରିକାର ଡାଟା ଇଣ୍ଟେଲିଜେନ୍ସ...
ଦିଗ୍ବିଜୟ-ପି.ସି ଶର୍ମା ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ
ଭୋପାଳ,୧୧।୬: କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଓ ପି.ସି ଶର୍ମାଙ୍କ ସମେତ ୩୦ଜଣଙ୍କ ବିରୋଧରେ ମାମଲା ରୁଜୁ। ସରକାରଙ୍କ ଆଦେଶକୁ ଉଲ୍ଲଂଘନ ଓ ରାଲି ବାହାର...
ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ...
୩୨ ଅତିରିକ୍ତ ଜିଲାପାଳଙ୍କୁ ଉପହାରରେ ମିଳିଲା ଦାମୀ କାର୍
ହାଇଦ୍ରାବାଦ,୧୪।୬: ମହାମାରୀ ସମୟରେ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତେଲେଙ୍ଗାନାର ୩୨ ଅତିରିକ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ଦାମୀ କାର୍ ଉପହାର ସ୍ବରୂପ ପ୍ରଦାନ...
ଅଡ୍ ଇଭିନ୍ରେ ଖୋଲିବ ଦୋକାନ, ୫୦ ପ୍ରତିଶତରେ ଚାଲିବ ମେଟ୍ରୋ…
ନୂଆଦିଲ୍ଲୀ,୫।୬: ରାଜଧାନୀ ଦିଲ୍ଲୀରେ ଲକ୍ଡାଉନ୍ ପରେ ଏବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ତେବେ ସୁରକ୍ଷା...
ଟିକା ଦିଅ, ଇଲିଶି ନିଅ
ନୂଆଦିଲ୍ଲୀ, ୨୪।୬: ଭାରତର ଇଲିଶି ଚାହିଦା ମେଣ୍ଟାଇବା ପାଇଁ ବାଂଲାଦେଶରୁ ଏହି ମାଛକୁ ଆମଦାନୀ କରାଯାଇଥାଏ। ତେବେ ଭାରତ ପଡ଼ୋଶୀ ଦେଶକୁ କୋଭିଡ୍ ଟିକା ଯୋଗାଇବାରେ...
ଖୁସି ଖବର ଦେଲେ ଚହଲ: ଶେୟାର କଲେ ଫଟୋ
ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି।...


