କୋଲକାତା,୧୯।୬: ବାପା, ମା’, ଭଉଣୀ ଓ ଜେଜେମା’ଙ୍କ ହତ୍ୟା ମାମଲାରେ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ(ଅସିଫ)ର ସାନ ଭାଇ ଅରିଫ ମହମ୍ମଦ ଶୁକ୍ରବାର ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି।
ଫେବୃୟାରୀ ୨୮ରେ ବାପା ମା’, ଭଉଣୀ ଓ ଜେଜେମା’ଙ୍କୁ ପାଣିରେ ବୁଢ଼ାଇ ହତ୍ୟା କରିଥିଲେ ବଡ଼ ଭାଇ। ସେମାନଙ୍କୁ ଗୋଡାଉନରେ ପୋତି ଦେଇଥିଲେ। ମୋତେ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲେ, ହେଲେ ମୁଁ ଖସି ପଳାଇବାରେ ସଫଳ ହୋଇଥିଲି। ଭୟରେ ଏତେ ଦିନ ଚୁପ ବସିଥିଲି ବୋଲି ୨୧ ବର୍ଷୀୟ ଅରିଫ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଏବେ ଦୁଇ ଭାଇଙ୍କୁ ପଚରାଉଚୁରା କରୁଛି। ପଡ଼ୋଶୀମାନେ ମଧ୍ୟ ଅସିଫଙ୍କ ବାପା ମା’ଙ୍କୁ ଗତ ୩ରୁ ୪ ମାସ ହେଲା ଦେଖି ନ ଥିବା କହିଛନ୍ତି।
ଏହି ଗଣ ହତ୍ୟାକାଣ୍ଡର ଖବର ପ୍ରଚାରିତ ହେବା ପରେ ଅଭିଯୁକ୍ତଙ୍କ ଘର ପାଖରେ ଲୋକଙ୍କ ଭିଡ଼ ଜମିଛି। ରାଜ୍ୟର ଜଣେ ମନ୍ତ୍ରୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.