ନୂଆଦିଲ୍ଲୀ,୨୦।୬: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସ୍ମ୍ୟାନ୍ ଭାବେ ଚୟନ କରାଯାଇଛି। ଷ୍ଟାର ସ୍ପୋଟର୍ସ ପକ୍ଷରୁ ହୋଇଥିବା ଚୟନ ପ୍ରକ୍ରିୟାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗାକାରାଙ୍କୁ ପଛରେ ପକାଇ ସଚିତ ଏହି ସମ୍ମାନ ହାସଲ କରିଛନ୍ତି। ଷ୍ଟାର୍ ସ୍ପୋଟର୍ସର କମେଣ୍ଟ୍ରି ପ୍ୟାନେଲ୍ରେ ଭିଭିଏସ୍ ଲକ୍ଷ୍ମଣ, ଇରଫାନ୍ ପଠାନ୍, ଆକାଶ ଚୋପ୍ରା ପ୍ରମୁଖ କ୍ରିକେଟର ଉପସ୍ଥିତ ଥିଲେ।
ଏହି ଅବସରରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ଯେ, ସଚିନ ଏବଂ ସଙ୍ଗାକାରାଙ୍କ ନାମକୁ ନେଇ କଡ଼ା ଟକ୍କର ହେବା ପରେ ବିଚାରକ ମଣ୍ଡଳୀ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ। ୨୦୧୩ରେ ସଚିନ କ୍ରିକେଟରୁ ଅବସର ନେବାର ୮ ବର୍ଷ ପରେ ଏହି ସମ୍ମାନ ମିଳିଛିି।
ସଚିନ୍ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ହାସଲ କରିଛନ୍ତି। ସେଥିମଧ୍ୟରୁ ୫୧ଟି ଟେଷ୍ଟ୍ ଶତକ ରହିଛି। ସେହିଭଳି ୪୯ଟି ଏକଦିବସୀୟ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କୋଲିସ୍ ୪୫ଟି ଟେଷ୍ଟ୍ ଶତକ ହାସଲ କରି ଦ୍ୱିତୀୟ ସ୍ଥାନରେ ଥିବାବେଳେ ସଙ୍ଗାକାରା ୩୮ ଶତକ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ସଚିନ୍ ୧୬ ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ୧୭ ବର୍ଷ ୧୦୭ ବୟସରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.