ଛପରା,୨୫।୬: ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଅବହେଳାର ଘଟଣା ସାମ୍ନାକୁ ଆସୁଛି। ସେହି କ୍ରମରେ ବିହାରର ଛପରାରେ ଜଣେ ନର୍ସ ଟିକା ଭର୍ତ୍ତି ନ କରି ଜଣେ ଯୁବକଙ୍କୁ ଇଞ୍ଜେକଶନ ଦେଇଥିବାର ଭିଡିଓ ଭାଇରାଲ ହେଉଛି। ନର୍ସଜଣଙ୍କ କଥା ହେବାରେ ଏତେ ବିମଗ୍ନ ହୋଇଛନ୍ତି ଯେ ସେ ତାହା ଜାଣି ପାରୁ ନାହାନ୍ତି।
ଘଟଣାଟି ୨୧ ଜୁନର। ଛପରା ସହରର ବଡ଼ା ଇମାନବାଡା ଅଞ୍ଚଳର ଓ୍ବାଡ୍ ନଂ ୧ରେ ଲୋକମାନଙ୍କୁ ଟିକା ଦିଆଯାଉଥିଲା। ଏହି ସମୟରେ ଉକ୍ତ ଯୁବକଜଣଙ୍କ ଟିକା ଦେବାକୁ ଯାଇଥିଲେ। ସେତେବେଳେ ତାଙ୍କ ବନ୍ଧୁ ଭିଡିଓ ପ୍ରସ୍ତୁତ କରୁଥିଲେ। ତେବେ ନର୍ସଜଣଙ୍କ କଥା ହେଉଥିବା ବେଳେ ଇଞ୍ଜେକଶନ ବାହାର କରି ସେଥିରେ ଟିକା ନ ଭରି ସେହିଭଳି ଫୋଡ଼ିଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଶେଷରେ ଡିଆଇଓ ନର୍ସ ଚନ୍ଦ୍ର କୁମାରୀ(୪୮)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଜବାବ ରଖିବାକୁ କୁହାଯାଇଛି। ଏହାଛଡ଼ା ଉକ୍ତ ଯୁବକ ଆଉ କେବେ ଆସି ଟିକା ଲଗାଇପାରିବେ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.