ନୂଆଦିଲ୍ଲୀ,୨।୬: ଆଇପିଏଲ୍ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ପାଇଁ ଖେଳିଥିଲେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସାମ ବିଲିଙ୍ଗସ୍। ଏବେ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଭାରତରେ କ୍ରିକେଟ ଏବଂ ଧୋନୀଙ୍କ ପୂଜା କରାଯାଏ ବୋଲି ସେ କହିଛନ୍ତି।
ସିଏସ୍କେରେ ଥିବା ବେଳେ ବିଲିଙ୍ଗସ୍ ଦେଶରେ ଏବଂ ବିଶେଷକରି ଚେନ୍ନାଇରେ ଧୋନୀଙ୍କ ପ୍ରଶଂସକଙ୍କୁ ଦେଖି ଚକିତ ହୋଇଥିଲେ। କ୍ୟାପ୍ଟେନ୍ କୁଲଙ୍କ ସହ ଡ୍ରେସିଂ ରୁମ୍ ଶେୟାର କରିବାର ଅନୁଭବ ବିଷୟରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ଚେନ୍ନାଇରେ ରହିବା ସମୟରେ ଧୋନୀଙ୍କ ନେତୃତ୍ୱରେ ଖେଳିବା ଏବଂ ତାଙ୍କ ଜୀବନକୁ ଅତି ନିକଟରୁ ଦେଖିବାର ସମ୍ମାନ ମିଳିଥିଲା। ସେ ପ୍ରତିଦିନକୁ ବଞ୍ଚିବାରେ ବିଶ୍ୱାସ କରନ୍ତି। ତାଙ୍କୁ ଦେଖିବାରେ ସମୟ ଅତିବାହିତ ହୋଇଯାଏ। ଉକ୍ତ ଅନୁଭୂତି ଚମତ୍କାର ଅଟେ। ତାଙ୍କର ବହୁତ ପ୍ରଭାବ ରହିଛି। ଭାବି ନିଅନ୍ତୁ ଯେ ଲୋକମାନେ ଧୋନୀଙ୍କ ପୂଜା କରିଥାନ୍ତି ବୋଲି ସେ କହିଛନ୍ତି।
ଏହାଛଡ଼ା କ୍ରିକେଟ ଭାରତୀୟଙ୍କ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ କ୍ରିକେଟ ଖେଳିବା ସୁନ୍ଦର ଅନୁଭୂତି। କାରଣ ସେଠାକାର ଲୋକେ କ୍ରିକେଟକୁ ଗୁରୁତ୍ୱ ଦିଅନ୍ତି। ଖେଳାଳି ଏବଂ ପ୍ରଶଂସକର ଅନୁଭବ ସେଠାରେ କରିପାରିବେ। ଇଂଲଣ୍ଡର କୌଣସି ବ୍ୟକ୍ତି କ୍ରିକେଟକୁ ପସନ୍ଦ କରନ୍ତି ନାହିଁ ବୋଲି କହିପାରିବେ। ହେଲେ ଭାରତୀୟମାନେ ସମ୍ପୂର୍ଣ୍ଣ ରୂପେ କ୍ରିକେଟକୁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.