Categories: ଖେଳ

ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ

ବ୍ରିଷ୍ଟଲ, ୧୭।୬-  ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ ମହିଳା ଏକ ଟେଷ୍ଟମ୍ୟାଚ ଖେଳିବା ସୁଯୋଗ ପାଇଛନ୍ତି। ଏଥିରେ ଭାରତର ୫ ଖେଳାଳି ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର, ଶେଫାଳି ବର୍ମା, ସ୍ନେହ ରାଣା ଓ ତାନିୟା ଭାଟିଆ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି। ସେହିପରି ଇଂଲଣ୍ଡ ପକ୍ଷରୁ ସୋଫିଆ ଡଙ୍କଲେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଛନ୍ତି। ପ୍ରଥମ ଦିବସରେ ରିପୋର୍ଟ ଲେଖା ହେବାବେଳକୁ ଇଂଲଣ୍ଡ ୩ ଉଇକେଟ ହରାଇ ୨୩୬ ରନ ସଂଗ୍ରହ କରିଛି। ଓପନର ଟାମି ବିମଣ୍ଟ ଓ ଅଧିନାୟିକା ହିଥର ନାଇଟ ପ୍ରଭାବୀ ବ୍ୟାଟିଂ କରି ଇଂଲଣ୍ଡକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି। ନାଇଟ ୮୮ ରନରେ ଅପରାଜିତ ରହିଛନ୍ତି।


ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଦୁଇ ଓପନର ଲୌରେନ ଓ୍ବିନ୍‌ଫିଲ୍ଡ-ହିଲ୍‌ ଏବଂ ଟାମି ବିମଣ୍ଟ ଓପନିଂ ଯୋଡ଼ିରେ ୧୨୪ ବଲ୍‌ରୁ ୬୯ ରନ ଯୋଗ କରି ଦଳପାଇଁ ଦୃଢ଼ ଭିତ୍ତି ପକାଇଥିଲେ। ମ୍ୟାଚର ୨୧ତମ ଓଭରର ୩ୟ ବଲ୍‌ରେ ହିଲ୍‌ଙ୍କୁ ତାନିଆ ଭାଟିଆଙ୍କ ହାତରେ କ୍ୟାଚ କରାଇ ଭାରତକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ ପୂଜା ବସ୍ତ୍ରକାର। ୬୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ହିଲ୍‌ ୪ ଚୌକା ଓ ୨ ଛକା ସହାୟତାରେ ୩୫ ରନ କରିଥିଲେ। ବିମଣ୍ଟ ଆତ୍ମବିଶ୍ୱାସର ସହ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ। କ୍ରିଜ୍‌ରେ ଜମିରହି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିବା ବିମଣ୍ଟ କିନ୍ତୁ ୧୪୪ ବଲ୍‌ରୁ ୬୬ ରନ (୬ ଚୌକା) କରିଥିବାବେଳେ ସ୍ନେହ ରାଣାଙ୍କ ବଲ୍‌ରେ ଶେଫାଳି ବର୍ମାଙ୍କୁ ଏକ ଲୋ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ରାଣାଙ୍କ ବଲ୍‌କୁ ବିମଣ୍ଟ ଡିଫେଣ୍ଡ କରିବାକୁ ଯାଇଥିଲେ। ମାତ୍ର ବଲ୍‌ ଇନ୍‌ସାଇଡ୍‌ ଏଜ୍‌ ହୋଇ ପ୍ୟାଡ୍‌ରେ ବାଜି ଶର୍ଟଲେଗ୍‌କୁ ଯାଇଥିଲା। ସିଲି ମିଡ୍‌-ଅନ୍‌ରେ ଥିବା ଶେଫାଳି ଦ୍ରୁତ ବେଗରେ ଆଗକୁ ଆସି ଗୋଟିଏ ହାତରେ ଚମତ୍କାର ଭାବେ ଲୋ କ୍ୟାଚ ନେଇଥିଲେ। ଫଳରେ ବିମଣ୍ଟଙ୍କ ଇନିଂସର ପରିସମାପ୍ତି ଘଟିଥିଲା। ଆଉଟ ହେବା ପୂର୍ବରୁ ବିମଣ୍ଟ ଅଧିନାୟିକା ନାଇଟଙ୍କ ସହ ଦ୍ୱିତୀୟ ଉଇକେଟରେ ୧୬୬ ବଲ୍‌ରୁ ୭୧ ରନ ଯୋଗ କରିଥିଲେ। ନାତାଲି ସ୍କିଭର ୭୫ ବଲ୍‌ରୁ ୬ ଚୌକା ସହାୟତାରେ ୪୨ ରନ କରିଥିଲେ। ନାଇଟ ଓ ସ୍କିଭର ୩ୟ ଉଇକେଟରେ ୧୪୯ ବଲ୍‌ରୁ ୯୦ ରନର ଭାଗୀଦାରି ଗଢ଼ିଥିଲେ। ଭାରତ ପକ୍ଷରୁ ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା ଓ ସ୍ନେହ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୩୬/୩ (ଟାମି ବିମଣ୍ଟ-୬୬, ହିଥର ନାଇଟ-୮୮*, ନାତାଲି ସ୍କିଭର-୪୨, ଲୌରେନ ଓ୍ବିନଫିଲ୍ଡ ହିଲ୍‌-୩୫, ପୂଜା ବସ୍ତ୍ରକାର-୧/୪୩, ସ୍ନେହ ରାଣା-୧/୬୨, ଦୀପ୍ତି ଶର୍ମା-୧/୩୭)।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.