ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ଏଥିରେ ଓଡ଼ିଶାର ୨ ଖେଳାଳି ଅଭିଜ୍ଞ ବୀରେନ୍ଦ୍ର ଲାକ୍ରା ଓ ପ୍ରତିଭାସମ୍ପନ୍ନ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ପ୍ରକାଶଯୋଗ୍ୟ ଯେ, ଗୁରୁବାର ଘୋଷିତ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ଏକମାତ୍ର ଦୀପ୍ ଗ୍ରେସ୍ ଏକ୍କା ସ୍ଥାନ ପାଇଥିଲେ। ବୀରେନ୍ଦ୍ରଙ୍କର ପୂର୍ବରୁ ୨୦୧୨ ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରହିଛି। ଆଣ୍ଠୁରେ ଆଘାତ ଯୋଗୁ ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଖେଳିପାରି ନ ଥିଲେ। ମାତ୍ର ଅମିତଙ୍କ ପାଇଁ ଏହା ହେବ ପ୍ରଥମ ଅଲିମ୍ପିକ୍ସ। ଘୋଷିତ ୧୬ ଜଣିଆ ଦଳରେ ଅମିତଙ୍କ ସମେତ ୯ ଖେଳାଳି ପ୍ରଥମଥର ପାଇଁ ଅଲିମ୍ପିକ୍ସ ସ୍ବାଦ ପାଇବେ। ସେମାନେ ହେଲେ ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ ଓ ଲଳିତ କୁମାର ଉପାଧ୍ୟାୟ। ୨୦୧୬ ପରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ୬ ଖେଳାଳି ହେଲେ ପୂର୍ବତନ ଅଧିନାୟକ ତଥା ଗୋଲକିପର ପି.ଆର. ଶ୍ରୀଜେଶ, ମିଡ୍ଫିଲ୍ଡର ମନ୍ପ୍ରୀତ ସିଂ, ଡିଫେଣ୍ଡର ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର ଓ ମନଦୀପ ସିଂ। ଅଧିନାୟକଙ୍କ ନାମ ଘୋଷଣା ହୋଇ ନ ଥିଲେ ହେଁ ମନ୍ପ୍ରୀତ ଦଳର ନେତୃତ୍ୱ ନେବା ସମ୍ଭାବନା ଅଧିକ ରହିଛି।
ଦଳରେ ଜଣେମାତ୍ର ଗୋଲକିପରଙ୍କୁ ନିଆଯାଇଥିବାରୁ ପ୍ରତିଭାସମ୍ପନ୍ନ କ୍ରିଷ୍ଣନ ବାହାଦୁର ପାଠକ ସୁଯୋଗ ପାଇନାହାନ୍ତି। ଦଳରେ ୫ ଜଣ ଲେଖାଏ ଡିଫେଣ୍ଡର, ମିଡ୍ଫିଲ୍ଡର ଏବଂ ଫରଓ୍ବାର୍ଡଙ୍କୁ ନିଆଯାଇଛି। ରିଓରେ ଖେଳିଥିବା ଆକାଶଦୀପ ସିଂ ଏବଂ ରମଣଦୀପ ସିଂଙ୍କ ପରି ନାମୀ ଖେଳାଳି ଏଥର ଦଳରେ ନାହାନ୍ତି।
ଅଲିମ୍ପିକ୍ସରେ ଭାରତ ୮ ସ୍ବର୍ଣ୍ଣ ପଦକ ପାଇଛି। ଶେଷଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଦଳ ସ୍ବର୍ଣ୍ଣିମ ସଫଳତା ପାଇଥିଲା। ମାତ୍ର ୪ ଦଶନ୍ଧି ଧରି ପଦକ ଶୂନ୍ୟତା ରହିଛି। ଟୋକିଓ ଅଲିମ୍ପିକ୍ସର ପୁଲ୍-ଏ’ରେ ଏଥର ଭାରତ ରହିଛି। ଏହି ପୁଲ୍ରେ ଥିବା ଅନ୍ୟ ଦଳଗୁଡ଼ିକ ହେଲେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା, ୩ ଥର ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ ଟିମ୍ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସ୍ପେନ ଏବଂ ଆୟୋଜକ ଜାପାନ।
ଭାରତୀୟ ଦଳ
ଗୋଲକିପର: ପି.ଆର. ଶ୍ରୀଜେଶ
ଡିଫେଣ୍ଡର: ହରମନପ୍ରୀତ ସିଂ, ରୂପିନ୍ଦରପାଲ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା।
ମିଡ୍ଫିଲ୍ଡର: ହାର୍ଦ୍ଦିକ ସିଂ, ମନ୍ପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ।
ଫରଓ୍ବାର୍ଡ: ସମଶେର ସିଂ, ଦିଲପ୍ରୀତ ସିଂ, ଗୁରଜାନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.