ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍ ଓ୍ବିଲିୟମସନ୍ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ୍ ଥିଲା। ଆହତ ସମସ୍ୟା ସତ୍ତ୍ୱେ ସେ ପଡ଼ିଆକୁ ଓହ୍ଲାଇବା ସହ ବେଶ୍ ଉଲ୍ଲେଖନୀୟ ପ୍ରଦର୍ଶନ କରି ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି।
ଓ୍ବାଟଲିଂ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ କ୍ୟାଚ୍ ନେଇଥିବା ଦୁନିଆର ୭ମ ଉଇକେଟକିପର ପାଲଟିଛନ୍ତି। ଭାରତର ଦ୍ୱିତୀୟ ସେସନରେ ରବିନ୍ଦ୍ର ଜାଡେଜାଙ୍କ କ୍ୟାଚ୍ ନେଇ ସେ ଏହି ଉପଲବ୍ଧି ହାସଲ କରିଥିଲେ।
ଓ୍ବାଟଲିଂ ନ୍ୟୁଜିଲାଣ୍ଡ ପକ୍ଷରୁ ୭୫ ଟେଷ୍ଟର ୧୨୭ ପାଳିରେ ଉଇକେଟକିପିଂ କରିଥିବା ବେଳେ ୨୫୭ କ୍ୟାଚ୍ ଧରିଛନ୍ତି। ଅପରପକ୍ଷେ ଧୋନୀ ୯୦ ମ୍ୟାଚ୍ରେ ୨୫୬ କ୍ୟାଚ୍ ଧରିଥିଲେ। ମୋଟାମୋଟି ଦେଖିଲେ ଦକ୍ଷିଣ ଆଫ୍ରିକାର ପୂର୍ବ ଉଇକେଟକିପର ତଥା ବର୍ତ୍ତମାନର ପ୍ରମୁଖ କୋଚ୍ ମାର୍କ ବାଉଚର ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ କ୍ୟାଚ୍ ଧରିଥିବା ଉଇକେଟକିପର ରହିଛନ୍ତି। ସେ ୧୪୭ ଟେଷ୍ଟର ୨୮୧ ପାଳିରେ ୫୩୨ କ୍ୟାଚ୍ ଧରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.