କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ଏମ୍‌ପି-ବିଧାୟକ ମୁହାଁମୁହିଁ

ପାଲଲହଡ଼ା,୫ା୬(ଡି.ଏନ୍‌.ଏ.): ଶନିବାର ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦରମହାକୁମାଠାରେ କୋଭିଡ୍‌ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଏବଂ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଶନିବାର ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ପାଲଲହଡ଼ା ଉପଖଣ୍ଡରେ ଥିବା ଆଦର୍ଶ ବିଦ୍ୟାଳୟଠାରେ ଏକ କୋଭିଡ୍‌ କେୟାର ସେଣ୍ଟରର ଶୁଭ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳ ଏବଂ ଏମ୍‌ପି ମହେଶ ସାହୁଙ୍କୁ ଅତିଥି ଭାବେ ଜିଲା ଏବଂ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ପୂବାହ୍ନ ୧୦.୩୦ରେ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ଏହି କୋଭିଡ୍‌ କେୟାର ସେଣ୍ଟରକୁ ଫିତା କାଟି ଉଦ୍‌ଘାଟନ କରିଥିଲେ ଅନ୍ୟପଟେ ପୂର୍ବାହ୍ନ ୧୧ଟାରେ ଏମ୍‌ପି ମହେଶ ସାହୁ ପହଞ୍ଚିଥିଲେ ଏବଂ କୋଭିଡ଼ କେୟାର ସେଣ୍ଟର ଉଦ୍ଘାଟନ କାର୍ଯ୍ୟ ଶେଷ ହୋଇଥିବା ଦେଖି ଉତ୍‌କ୍ଷିପ୍ତ ହୋଇ ଅସଭ୍ୟ ଭାଷାରେ ଗାଳି କରିଥିଲେ। ବିଧାୟକ ମଧ୍ୟ ନିଜ ସମର୍ଥକଙ୍କ ସହ ଏମ୍‌ପିଙ୍କ ଏଭଳି ଆଚରଣକୁ ବିରୋଧ କରିଥିଲେ। ବିଧାୟକଙ୍କ ସମର୍ଥକମାନେ ମଧ୍ୟ ଏମ୍‌ପିଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ କୋଭିଡ କେୟାର ସେଣ୍ଟର ମଧ୍ୟରେ କିଛି ସମୟ ପାଇଁ ଉଭୟଙ୍କ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ପରେ ଏମ୍‌ପି ସେଠାରୁ ରାଗି ଚାଲିଯାଇଥିଲେ I ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସମସ୍ତେ ଉପସ୍ଥିତ ଥିଲେ ମଧ୍ୟ ସମସ୍ତେ ଦେଖଣାହାରୀ ସାଜିଥିଲେ। ସବୁଠାରୁ ବଡ଼କଥା ହେଲା ଶନିବାର ଏବଂ ରବିବାରକୁ ରାଜ୍ୟ ସରକାର ଶଟ୍‌ଡାଉନ୍‌ ଘୋଷଣା କରିଥିବାବେଳେ ଖୋଦ ଶାସକ ଦଳର ଏହି ଦୁଇ ଜନ ପ୍ରତିନିଧି ନିଜର ଶତାଧିକ କର୍ମୀଙ୍କୁ ନେଇ ସାମାଜିକ ଦୂରତା ଭୁଲି ନିଜ ନିଜ ମଧ୍ୟରେ ଗଣ୍ଡଗୋଳରେ ବ୍ୟସ୍ତଥିବା ଦେଖିବାକୁ ମିଳିଥିଲା I ତେବେ ଉଭୟ ଲୋକ ପ୍ରତିନିଧିଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.