କୋଲକତା,୧୪।୬: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସୋମବାର ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ହିଂସା ଘଟଣାକୁ ନେଇ ଏକ ବୈଠକ କରିଥିଲେ। ଭାଜପା ଦଳର ବିଧାୟକଙ୍କ ସହ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରାୟ ୫୦ ଭାଜପା ନେତା ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟି ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଏହାପରେ ରାଜ୍ୟପାଳ କହିଛନ୍ତି ଯେ, ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୫୦ ଜଣ ବିଧାୟକ ମୋତେ ଏକ ସ୍ମାରକପତ୍ର ଦେଇଛନ୍ତି । ସେଥିରେ ସେମାନେ ପଶ୍ଚିମବଙ୍ଗର ଭୟାବହ ପରିସ୍ଥିତିକୁ ବର୍ଣ୍ଣନା କରିଛନ୍ତି ଏବଂ ମୁଖ୍ୟତଃ ଚାରିଟି ବିଷୟ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ।
ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି , ମୁଁ ସମସ୍ତଙ୍କୁ ହାତ ଯୋଡି ଅପିଲ୍ କରିବାକୁ ଚାହୁଁଛି ଯେ, ଆମକୁ ରକ୍ତ ଭିଜା ବଙ୍ଗଳା ଦରକାର ନାହିଁ। ଏହି ପୃଥିବୀରେ ହିଂସା ପାଇଁ କୌଣସି ସ୍ଥାନ ନାହିଁ। ରାଜ୍ୟରେ ଭୟ ଏତେ ଅଧିକ ଯେ ଗଣତନ୍ତ୍ର ଶେଷ ନିଶ୍ୱାସ ନେଉଛି। ମୁଁ ସରକାରୀ କର୍ମଚାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଗଣତନ୍ତ୍ରର ବିକାଶ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଶା କରୁଛି ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବେ ଏବଂ ସରକାର ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବେ। ବଙ୍ଗଳାରେ ନିଆଁ ଲାଗିବାକୁ ଆମେ ଅନୁମତି ଦେଇ ପାରିବୁ ନାହିଁ ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.