ଛତ୍ରପୁର,୨୫।୬(ଡି.ଏନ୍.ଏ.): କେନ୍ଦ୍ର ସରକାର ଦେଶବାସୀଙ୍କୁ ମାଗଣା ଟିକା ଯୋଗାଉଥିବା ବେଳେ ରାଜ୍ୟରେ ବିଜେଡି ନେତୃତ୍ୱଧିନ ସରକାର ହୀନ ରାଜନୀତି କରୁଥିବା ନେଇ ଛତ୍ରପୁର ଭାଜପା ଅଭିଯୋଗ କରିଛି। ସାରା ରାଜ୍ୟରେ ଏ ନେଇ ପ୍ରତିବାଦ ଚାଲୁଥିଲା ବେଳେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ସନ୍ତ ରାଉଳ, ଅମରେଶ ମହାରଣା, ଡି ସୁରେଶ ରେଡ୍ଡୀଙ୍କ ସମେତ ବହୁ ଭାଜପା କର୍ମୀମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରକାର ସାରା ଦେଶକୁ ମାଗଣାରେ ଟିକା ପ୍ରଦାନ କରୁଥିଲା ବେଳେ ଓଡ଼ିଶାରେ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯାଉଛି। ତେଣୁ ଏହି ହୀନ ରାଜନୀତି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଚିରିକୁଟି ଦେବା ବନ୍ଦ କରାଯାଉ ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଭାଜପା କର୍ମୀ ଚେତାବନୀ ଦେଇଛନ୍ତି। ମାତ୍ର ଟିକାକରଣ କେନ୍ଦ୍ର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀଙ୍କ କୌଣସି ଫୋଟ କିମ୍ବା ଚିରିକୁଟି ଦିଆଯାଉଥିବା ଦେଖିବାକୁ ମିଳିନଥିଲା। କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଘଟଣାସ୍ଥଳରେ ପାଲିସ ଅଧିକାରୀ ଏବଂ ମେଡିକାଲ ଏସ୍ଡିଏମଓ ଉପସ୍ଥିତ ରହି ଭାଜପା କର୍ମୀମାନଙ୍କୁ ବୁଝାସୁଝା କରିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସିଟୁର ପ୍ରତିବାଦ
କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି।...
୫୫ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ବାଲୁଗାଁ,୬।୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଅଧୀନ ହାଟବରଡ଼ି ମୌଜାର ନିମୁନା ଠାରୁ ହାଟବରଡ଼ି ମଧ୍ୟରେ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଥିବା ୫୫ ଏକର ପରିବ୍ୟାପ୍ତ ୧୦ଟି...
କାର୍-ବାଇକ୍ ମୁହାଁମୁହିଁ ଧକ୍କା: ୨ ଗୁରୁତର
ବାଲିଗୁଡ଼ା,୨୬ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର୍ ସହ ମୋଟରସାଇକଲ ମୁହାଁମୁହିଁ ଧକ୍କା ହୋଇଛି।...
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...
ରାସ୍ତାକୁ ଚାଲି ଆସିଲା ଗାଈ, ଓଲଟିଲା କାର
ସୁନ୍ଦରଗଡ଼,୧୩।୬: ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥ-୧୦ର କରମଡିହି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ କାରରେ...
ସିଏସ୍ଓ ଅଫିସରେ ଗଜାଧାନ ଗଦାଇଲେ ଚାଷୀ
ବରଗଡ଼ ଅଫିସ,୧୪।୬: ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକ ମାସରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି। ମାତ୍ର ଧାନ କିଣାବିକା ସମସ୍ୟା ଅସମାହିତ...
ହାତଗଣ୍ଠି ପୂର୍ବରୁ ଉଠିଲା କୋକେଇ
ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ।...
ଏମିତି ବି ଆସେ ମୃତ୍ୟୁ: ଅସୁସ୍ଥ ବାପାଙ୍କୁ ଦେଖିବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ
ବୌଦ୍ଧ,୯।୬(ଡି.ଏନ୍.ଏ.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା...


