ଛତ୍ରପୁର,୨୫।୬(ଡି.ଏନ୍.ଏ.): କେନ୍ଦ୍ର ସରକାର ଦେଶବାସୀଙ୍କୁ ମାଗଣା ଟିକା ଯୋଗାଉଥିବା ବେଳେ ରାଜ୍ୟରେ ବିଜେଡି ନେତୃତ୍ୱଧିନ ସରକାର ହୀନ ରାଜନୀତି କରୁଥିବା ନେଇ ଛତ୍ରପୁର ଭାଜପା ଅଭିଯୋଗ କରିଛି। ସାରା ରାଜ୍ୟରେ ଏ ନେଇ ପ୍ରତିବାଦ ଚାଲୁଥିଲା ବେଳେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ସନ୍ତ ରାଉଳ, ଅମରେଶ ମହାରଣା, ଡି ସୁରେଶ ରେଡ୍ଡୀଙ୍କ ସମେତ ବହୁ ଭାଜପା କର୍ମୀମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରକାର ସାରା ଦେଶକୁ ମାଗଣାରେ ଟିକା ପ୍ରଦାନ କରୁଥିଲା ବେଳେ ଓଡ଼ିଶାରେ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯାଉଛି। ତେଣୁ ଏହି ହୀନ ରାଜନୀତି ଛାଡ଼ି ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ଚିରିକୁଟି ଦେବା ବନ୍ଦ କରାଯାଉ ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଭାଜପା କର୍ମୀ ଚେତାବନୀ ଦେଇଛନ୍ତି। ମାତ୍ର ଟିକାକରଣ କେନ୍ଦ୍ର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀଙ୍କ କୌଣସି ଫୋଟ କିମ୍ବା ଚିରିକୁଟି ଦିଆଯାଉଥିବା ଦେଖିବାକୁ ମିଳିନଥିଲା। କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ଘଟଣାସ୍ଥଳରେ ପାଲିସ ଅଧିକାରୀ ଏବଂ ମେଡିକାଲ ଏସ୍ଡିଏମଓ ଉପସ୍ଥିତ ରହି ଭାଜପା କର୍ମୀମାନଙ୍କୁ ବୁଝାସୁଝା କରିଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ
କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍ ପୋଲିସକୁ ମିଳିଳାଣି ବିପୁଳ ପରିମାଣର...
ବାଲେଶ୍ୱରରୁ ଇସ୍ରୋର ବୈଜ୍ଞାନିକ
ସଜନାଗଡ଼, ୯।୬(ଡି.ଏନ.ଏ.)-ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ବୈଜ୍ଞାନିକ ଭାବେ ଯୋଗଦେବେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଅଭିଷେକ ପରିଡ଼ା। ମାର୍ଚ୍ଚରେ ଅନୁଷ୍ଠିତ ଏ ସମ୍ପର୍କିତ ପରୀକ୍ଷାରେ...
ଗୋପନୀୟତା କ୍ଷୁଣ୍ଣ ଦର୍ଶାଇ ଆବେଦନ ରଦ୍ଦ କଲେ ହାଇକୋର୍ଟ
କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍ପ୍ଲେ...
ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ୍ଡାଉନ
ବୋଲଗଡ଼/ନିରାକାରପୁର/ବାଣପୁର,୯ା୬(ଡି.ଏନ୍.ଏ.):କରୋନା ପାଇଁ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଏହି ସମୟରେ ବୋଲଗଡ଼ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବୋଲଗଡ଼ ପୋଲିସ ମଙ୍ଗଳବାର...
ଏଥର ଛେରାପହଁରା କରିବେନି ଗଜପତି ମହାରାଜା
ପୁରୀ ଅଫିସ,୨୩।୬: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ହେଲେ ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେନି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ...
ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ
ବୁଗୁଡ଼ା,୧୦।୬(ଡି.ଏନ୍.ଏ): ଓଡ଼ିଶାରେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ଜିଲାପାଳ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳ ବିଜୟ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ବ୍ଲକର ବିଭିନ୍ନ...
ବରଗଡ଼ କୋଭିଡ୍ ହସ୍ପିଟାଲରେ ଆଉ ନାହାନ୍ତି ଆକ୍ରାନ୍ତ
ବରଗଡ଼ ଅଫିସ୍,୧୬।୬: ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କୋଭିଡ୍ ହସ୍ପିଟାଲରେ ଆଉ କେହି ଆକ୍ରାନ୍ତ ନାହାନ୍ତି। ଏନେଇ ଜିଲା...
ଦରବୃଦ୍ଧି ପ୍ରତିବାଦରେ ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଂଗ୍ରେସ ତରଫରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ ଆର୍ଥିକ...


