ଉତ୍ତରାଖଣ୍ଡ,୧୧ା୬: ହିମାଳୟ ପ୍ରତି କଳା କାର୍ବନ ବଡ଼ ବିପଦ ସୃଷ୍ଟି କରିବ। କାରଣ କଳା କାର୍ବନ ଯୋଗୁ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାର ଭୟ ରହିଛି। ୧.୧୭ ଲକ୍ଷ ବର୍ଗ କିଲୋମିଟର ବିଶିଷ୍ଟ କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ଏହା ମାତ୍ର ଦୁଇରୁ ତିନି ଗୁଣ ବୃଦ୍ଧି ପାଇଥିବାବେଳେ ପରିବେଶର ଉତ୍ତାପ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ନେପାଳ ଏବଂ ଭୁଟାନ ମଧ୍ୟରେ ଭାରତର ଉତ୍ତରାଖଣ୍ଡ, ହିମାଚଳ ଏବଂ ଜମ୍ମୁ କଶ୍ମୀର ଅନ୍ତର୍ଭୁକ୍ତ। ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନ୍ଷ୍ଟଚ୍ୟୁଟ୍ ଅଫ୍ ଅବଜରଭେସନ ସାଇନ୍ସ (ଆର୍ଆଇଏସ) ସହିତ ଜଡ଼ିତ ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ସେଣ୍ଟର (ଆଇଏସଆରଓ), ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଆଇଆଇଟି) କାନପୁର ଦ୍ୱାରା ହୋଇଥିବା ଅନୁସନ୍ଧାନରେ ଏହି ସୂଚନା ପ୍ରକାଶ ପାଇଛି। ଏପରି ପରିବର୍ତ୍ତନ ଦ୍ୱାରା ଗ୍ଲେସିୟର ତରଳିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି।
ନୈନିତାଲର ବରିଷ୍ଠ ବାୟୁମଣ୍ଡଳ ବୈଜ୍ଞାନିକ ମନୀଷ ନାଜାଙ୍କ କହିବା ଅନୁଯାୟୀ, ହିମାଳୟରେ କଳା କାର୍ବନର ବାସ୍ତବତା ଜାଣିବା ପାଇଁ ଏହି ଅନୁସନ୍ଧାନ କରାଯାଇଥିଲା। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ତଥ୍ୟ ଅନୁସନ୍ଧାନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କଳା କାର୍ବନର ପରିମାଣ ୧୫୦୦ ନାନୋଗ୍ରାମରୁ ୨୫୦୦ ମଧ୍ୟରେ ପହଞ୍ଚିଛି। ପୂର୍ବରୁ ଏହା କେବଳ ୮୦୦ରୁ ୯୦୦ ନାନୋଗ୍ରାମ ବୋଲି ବିବେଚନା କରାଯାଉଥିଲା।
କଳା କାର୍ବନ ବୃଦ୍ଧି ହେତୁ କେନ୍ଦ୍ରୀୟ ହିମାଳୟ ଅଞ୍ଚଳ ଗରମ ହୋଇଗଲା। ପୂର୍ବରୁ ବର୍ଗ ମିଟର ପ୍ରତି ୩୧.୭ ୱାଟ ଥିବା ଉତ୍ତାପ ବର୍ତ୍ତମାନ ବର୍ଗ ମିଟର ପିଛା ୩୯.୫ ଓ୍ବାଟକୁ ବୃଦ୍ଧି ପାଇଛି। ଅର୍ଥାତ୍ ସୂର୍ଯ୍ୟ କିରଣର ଉତ୍ତାପ ଆଧାରରେ ମାପାଯାଇଥିବା ବର୍ଗ ମିଟର ପ୍ରତି ୭.୮ ଓ୍ବାଟର ଏହି ବୃଦ୍ଧି ପ୍ରାୟ ୨୪ ପ୍ରତିଶତ ହୋଇଛି। ସେଥିପାଇଁ ଅତୀତ ତୁଳନାରେ ଗ୍ଲେସିୟର ତରଳିବା ସମ୍ଭାବନା ଅଧିକ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ୫୦ ବର୍ଷ ପୂର୍ବେ ବ୍ୟାସାର୍ଦ୍ଧରେ ୨,୦୭୭ କିଲୋମିଟର ଥିବା ଗ୍ଲେସିୟରଗୁଡିକ ବର୍ତ୍ତମାନ ଧୀରେ ଧୀରେ ୧୫୯୦ କିଲୋମିଟରକୁ ହ୍ରାସ ପାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.