୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍‌…

ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍‌ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ ନିକଟରେ ଥିବା ୟବତମାଲ ଜିଲାର ବଡ଼ ବଡ଼ ପାହାଡ଼ ଦିନେ ସମୁଦ୍ର ତଳେ ଥିବା ସ୍ଥାନୀୟ ବଣି ଅଞ୍ଚଳରୁ ମିଳିଥିବା କେତେକ ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ଜୀବାଶ୍ମର କାର୍ବନ ଡାଟିଂରୁ ଏହା ଜଣାପଡ଼ିଥିବା ପରିବେଶ ଏବଂ ଭୂଗୋଳ ବିଶେଷଜ୍ଞ ପ୍ରଫେସର ଡ. ସୁରେଶ ଚୋପଣେ ସୂଚନା ଦେଇଛନ୍ତି। ଏହି ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ୧୫୦ କୋଟି ବର୍ଷ ତଳର। ବଣି ଅଞ୍ଚଳର ବୋଡ଼ି ଓ୍ବ ମୋହୁଲି ପରିସରରେ ଥିବା ଚୂନପଥର ଉପରେ ଏହି ଜୀବାଶ୍ମ ରହିଥିବା ସେ କହିଛନ୍ତି। ସେହିପରି ଏଠାକାର କେତେକ ସ୍ଥାନରେ କୋଟି କୋଟି ବର୍ଷ ତଳର ଶଙ୍ଖ, ଶାମୁକା ଆଦିର ଜୀବାଶ୍ମ ମିଳିଛି। ଗତ ୨ ବର୍ଷ ଧରି ଚୋପଣେ ଏହି ଜୀବାଶ୍ମର ସନ୍ଧାନ କରୁଛନ୍ତି। ଏଭଳି ଜୀବାଶ୍ମ ରାଜସ୍ଥାନର ଭୋଜୁଦା, ମଧ୍ୟପ୍ରଦେଶର ଚିତ୍ରକୂଟ, ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ମିଳିଥିବା ସେ କହିଛନ୍ତି। ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ସ୍ତରୀଭୂତ ଶିଳାରେ କାଳକ୍ରମେ ଜମା ହୋଇଥାଏ। ଏଥିରୁ ଜଣାପଡୁଛି ଯେ ସମଗ୍ର ଅଞ୍ଚଳ ଦିନେ ସମୁଦ୍ରର ଅଥଳ ଗର୍ଭରେ ବୁଡ଼ି ରହିଥିଲା। ଏନେଇ ସୁରେଶ ଚୋପଣେ ଅଧିକ ଗବେଷଣା ଜାରି ରଖିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.