କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା

ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ଜୁଲମ କରୁଛନ୍ତି। ଋଣ ଅର୍ଥ ଆଦାୟ ପାଇଁ ଏଜେଣ୍ଟମାନଙ୍କୁ ଟାର୍ଗେଟ ଦିଆଯାଉଥିବାରୁ ସେମାନେ ବାଧ୍ୟ ହୋଇ ଲୋକଙ୍କ ଉପରେ ଚାପ ପକାଉଛନ୍ତି। ସାଧାରଣତଃ ଗ୍ରାମାଞ୍ଚଳରେ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାଗୁଡ଼ିକ ଲୋକଙ୍କୁ ଋଣ ଦେଇଥାନ୍ତି। ସାପ୍ତାହିକ, ମାସିକ ଓ ତ୍ରୈମାସିକ ହିସାବରେ ଲୋକେ ଋଣ ପରିଶୋଧ କରନ୍ତି। ତେବେ ଏଭଳି ଶ୍ରେଣୀର ଅଧିକାଂଶ ଋଣଦାତା ଛୋଟ ବେପାର ଓ ଦିନମଜୁରି ଉପରେ ନିର୍ଭରଶୀଳ ହୋଇଥାନ୍ତି। ସମ୍ପ୍ରତି କରୋନାଜନିତ ଲକଡାଉନ୍‌ ଓ ଶଟଡାଉନ ପ୍ରଭାବ କାରଣରୁ ଋଣଦାତାଙ୍କ ପାଖରେ ଟଙ୍କା ନାହିଁ। ସରକାର ପୂର୍ବବର୍ଷ ମୋରାଟୋରିୟମ୍‌ ଲାଗୁକରି ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ଦେଇଥିବାବେଳେ କୋଭିଡ୍‌ର ଦ୍ୱିତୀୟ ଲହର ପାଇଁ ସେଭଳି କିଛି ବ୍ୟବସ୍ଥା ଲାଗୁ କରିନାହାନ୍ତି। ଫଳରେ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାମାନେ ଜୁଲମ କରିବା ଆରମ୍ଭ କଲେଣି। ଋଣରେ ଦୁଇଚକିଆ ଓ ଚାରିଚକିଆ ଯାନ ଆଣିଥିବା ଲୋକଙ୍କ ଅବସ୍ଥା ମଧ୍ୟ ସମାନ। ମାସିକ କିସ୍ତି ଦେବାକୁ ପାଖରେ ଟଙ୍କା ନାହିଁ। ଅନ୍ୟପକ୍ଷରେ ୨ରୁ ୩ମାସର ଋଣ ଅର୍ଥ ପଇଠ ନ ହେଲେ ଗାଡ଼ି ଜବତ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଜେଣ୍ଟମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଋଣଗ୍ରହୀତାମାନେ କ’ଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ପିପିଲି ବ୍ଲକ୍‌ର ଜ୍ୟୋତିରାଣୀ ବରାଳ କହିଛନ୍ତି, କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥାଠାରୁ ଋଣ ଆଣି ମାସିକ କିସ୍ତିରେ ଶୁଝିଥାଉ। ଦୋକାନରୁ ଯାହା ଆୟ ହୁଏ, ସୁରୁଖୁରୁରେ କିସ୍ତି ଶୁଝି ହୋଇଯାଏ। ମାତ୍ର ଏବେ କିସ୍ତି ଦେବା ଭଳି ସାମର୍ଥ୍ୟ ନାହିଁ। ଋଣଆଦାୟକାରୀଙ୍କ ପାଖରେ ନେହୁରା ହେଲେ ବି ସେମାନେ ଆମକୁ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ସରକାର ଏ ନେଇ କିଛି ନିଷ୍ପତ୍ତି ନିଅନ୍ତୁ। ଅତିକମ୍‌ରେ ଲକଡାଉନ୍‌ ପରିସ୍ଥିତିରେ କିସ୍ତି ଛାଡ଼ ସୁବିଧା ମିଳିଲେ ବଞ୍ଚିବା ସହଜ ହେବ। ଅନ୍ୟପକ୍ଷରେ ଋଣ ଆଦାୟ ଦାୟିତ୍ୱରେ ଥିବା ବିକାଶ ସାହୁ ନାମକ ଜଣେ କର୍ମଚାରୀ କହିଛନ୍ତି, ଲୋକଙ୍କ ବିବଶତା ଦେଖୁଛୁ। ଲୋକେ କାକୁତିମିନତି ହେବା ସତ୍ତ୍ବେ ବି ଆମେ ସେମାନଙ୍କୁ ଋଣ ଅର୍ଥ ପାଇଁ ବାଧ୍ୟ କରୁଛୁ। ସାମ୍ପ୍ରତିକ ସ୍ଥିତିରେ ଟଙ୍କା ଆଦାୟ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏ ସଂକ୍ରାନ୍ତରେ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.