ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିଛନ୍ତି କି। ଆଜ୍ଞା ହଁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲାରୁ। ଜଣେ କନ୍ୟା ନିଜ ବିବାହରେ ଦବଙ୍ଗ ଷ୍ଟାଇଲ୍ରେ ହର୍ଷ ଫାଇରିଂ କରିଥିବା ଜଣାପଡ଼ିଛି। ତେବେ କନ୍ୟାଙ୍କ ଏଭଳି କାର୍ଯ୍ୟ ଯୋଗୁ ଏବେ ପୁରା ପରିବାର ସମସ୍ୟା ଘେରକୁ ଚାଲିଆସିଛି।
ସୂଚନାଯୋଗ୍ୟ, ପ୍ରତାପଗଡ଼ ଜିଲା ଜେଠଓ୍ବାରା କୋତଓ୍ବାଲି ଅନ୍ତର୍ଗତ ପୁରଓ୍ବା ଗ୍ରାମରେ ରହୁଥିବା ଗିରିଜା ଶଙ୍କର ପାଣ୍ଡେଙ୍କ ଝିଅଙ୍କ ବିବାହ ମେ’ ୩୦ରେ ଅନୁଷ୍ଠିତ ହୋଇଥିଲା। ବିବାହ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜୟମାଲା ପାଇଁ କନ୍ୟା ମଞ୍ଚ ଉପରକୁ ଯାଉଥିଲେ। ସେହି ସମୟରେ କନ୍ୟାଙ୍କୁ ଉପରକୁ ଚଢ଼ାଇବା ପାଇଁ ବର ଆଗକୁ ଆସିଥିଲେ। ହେଲେ ସେତେବେଳେ କନ୍ୟାଜଣଙ୍କ ନିଜର ଦବଙ୍ଗଗିରି ଦେଖାଇ ଫିଲ୍ମ ଷ୍ଟାଇଲ୍ରେ କକାଙ୍କଠାରୁ ବନ୍ଧୁକ ଆଣି ହର୍ଷ ଫାଇରିଂ କରିଥିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ଚକିତ ହୋଇପଡ଼ିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏହି ଭିଡିଓକୁ ଦେଖି ପୋଲିସ ଆକ୍ସନରେ ଆସିଯାଇଛି। ଏହି ଘଟଣାରେ ପୋଲିସ ଉକ୍ତ କନ୍ୟା ଓ ତାଙ୍କ କକାଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ସୁପ୍ରିମକୋର୍ଟ ହର୍ଷ ଫାଇରିଂ ଉପରେ କଡ଼ା ନିର୍ଦ୍ଦେଶ ଜାରି କରିଥିଲେ ସୁଦ୍ଧା ଏହି ମାମଲା ଥମିବାରେ ନାଁ ନେଉନି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.