ପ୍ରତାପଗଡ,୧।୬: ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିବାହ ସମାରୋହରେ ବରକୁ ବରଣମାଳା ପିନ୍ଧାଇବା ପାଇଁ ଷ୍ଟେଜ୍ ଉପରକୁ ଯିବା ପୂର୍ବରୁ କନ୍ୟା ରିଭଲଭରରେ ଫାୟାରିଂ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ କନ୍ୟାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି। ସୂଚନାଯୋଗ୍ୟ, ପ୍ରତାପଗଡର ଜେଠଓ୍ବାରା କୋତବାଲୀ ଅନ୍ତର୍ଗତ ଲକ୍ଷ୍ମଣ ପୁରଓ୍ବା ଗ୍ରାମରେ ଏହି ଘଟଣା ଘଟିଥିଲା। ଏଠାରେ ରହୁଥିବା ଗିରିଜା ଶଙ୍କର ପାଣ୍ଡ୍ୟାଙ୍କ ଝିଅ ରୂପାଙ୍କ ବିବାହ ମେ ୩୦ରେ ଅନୁଷ୍ଠିତ ହୋଇଥିଲା। ବରଣମାଳା କାର୍ଯ୍ୟକ୍ରମ ଚାଲିଥିବାବେଳେ ରୂପା ବରଙ୍କ ହାତ ଧରି ଷ୍ଟେଜ୍ ଉପରକୁ ଯିବା ପୂର୍ବରୁ ଦାଦାଙ୍କ ହାତରୁ ଏକ ରିଭଲଭର ଆଣି ଫାୟାରିଂ କରିଥିଲେ। ଏହାଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଭିଡିଓ ବିବାହରେ ଉପସ୍ଥିତି ଅତିଥିଙ୍କ ମଧ୍ୟରୁ କେହି ଜଣେ ଶୁଟ୍ କରିଥିଲେ। ଏବେ ତାହା ଭାଇରାଲ ହେବାରେ ଲାଗିଛି। ପୋଲିସ ଭିଡିଓ ବିବଷୟରେ ଜାଣି ସମ୍ପୃକ୍ତ କନ୍ୟା ଏବଂ ତାଙ୍କ ଦାଦାଙ୍କ ନାଁରେ ଏକ ମାମଲା ରୁଜୁ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.